ରାଜ୍ୟ

ଭୁବନେଶ୍ୱରରେ ରୋଷେଇ ଗ୍ୟାସ ପାଇପଲାଇନ ସଂଯୋଗ ହୋଇଥିବା ଘରକୁ ଯାଇ ଚା’ ପିଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଗେଲ ଇଣ୍ଡିଆର ପ୍ରାକୃତିକ ରୋଷେଇ ଗ୍ୟାସ ପାଇପଲାଇନ ଦ୍ୱାରା ନାଗରିକମାନେ ପାଉଥିବା ସୁବିଧା ଜାଣିବା ପାଇଁ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ଅନନ୍ତବିହାରର ଲାଭାର୍ଥୀ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଶୋକ ପ୍ରଧାନଙ୍କ ଘରକୁ ଯାଇ ପରିବାର ସାଥୀରେ ଚା’ ପିଇଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦୧୮ ଅକ୍ଟୋବରରେ ଭୁବନେଶ୍ୱରରେ ଗେଲ୍ ଦ୍ୱାରା ଘରେ ଘରେ ପିଇବା ପାଣି ଭଳି ପାଇପ ଯୋଗେ ଅତ୍ୟାଧୁନିକ ଶୈଳୀରେ ଗ୍ୟାସ ପହଞ୍ଚାଇବା ଭଳି ଯୋଜନା ଆରମ୍ଭ ହୋଇଥିଲା । ଘରେ ଘରେ ପାଇପଲାଇନ କାମ ଜାଣିବା ପାଇଁ ଅନନ୍ତବିହାର ସ୍ଥିତ ଲାଭାର୍ଥୀ ଅଶୋକ ପ୍ରଧାନଙ୍କ ଘରକୁ ଚା’ ପିଇବା ପାଇଁ ଆସିଥିଲି । ସେ ତାଙ୍କ ଘରେ ୧୫ ଦିନ ହେବ ପିଏନଜି ଗ୍ୟାସ କନେକ୍ସନ କରିଛନ୍ତି । ଭୁବନେଶ୍ୱରରେ ପାଇପଲାଇନରେ ରନ୍ଧନ ଗ୍ୟାସ ଆସିବା କାରଣରୁ ସେମାନଙ୍କ ପରିବାର ଖୁସିବ୍ୟକ୍ତ କରିବା ସହ ବେଶ୍ ଉପକୃତ ହେଉଥିବା କହିଛନ୍ତି।

ପାଇନଲାଇନରେ ଆସୁଥିବା ଗ୍ୟାସ ଅନ୍ୟ ଇନ୍ଧନ ଠାରୁ ଢେର୍ ମାତ୍ରାରେ ଶସ୍ତା ଓ ସୁବିଧାଜନକ । ପ୍ରଧାନମନ୍ତ୍ରୀଙ୍କ ନାଗରିକଙ୍କ ଇଜ୍ ଅଫ୍ ଲିଭିଂ ବା ସହଜ ଜୀବନଯାପନ ପ୍ରଣାଳୀ କରିବା ଦିଗରେ ଏହା ଏକ ବଡ ଉଦାହରଣ । କାରଣ ଏହି ସୁବିଧା ଦ୍ୱାରା ଗ୍ୟାସ ବୁକିଂ, ଡେଲିଭରି କରିବାର ସମସ୍ୟା ନାହିଁ । ଇଲେକ୍ଟ୍ରି ଓ ପାନୀୟ ଜଳ ଭଳି ଏହା ମଧ୍ୟ ସାଧାରଣ ସୁବିଧା ।

କଟକ ଓ ଭୁବନେଶ୍ୱରରେ ପ୍ରାୟ ୫୦ ହଜାର ଘରେ ଗ୍ୟାସ ପାଇପଲାଇନ ସଂଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପଲାଇନ କାମ ଶେଷ ହୋଇଛି । ଏହା ଭାରତ ସରକାରଙ୍କ ମହତ୍ୱାକାଂକ୍ଷୀ କାମ । ଓଡ଼ିଶାରେ ନାଗରିକଙ୍କ ସୁବିଧା ପାଇଁ ଅଧା ଜିଲ୍ଲାରେ ପାଇପ ଯୋଗେ ଗ୍ୟାସର ସୁବିଧା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago