କୋଟିଆବାସୀଙ୍କ ସହ ‘ଉତ୍କଳ ଦିବସ’ ପାଳିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମାର୍ଚ୍ଚ ୩୧ରେ ଭୁବନେଶ୍ୱରରେ ‘ଆମେ ଓଡ଼ିଆ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା @୧୦୦ ବଡ ଭାବିବା, ବଡ଼ ସ୍ୱପ୍ନ ଦେଖିବା’ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ।

କେନ୍ୟୁଜ୍(ବ୍ୟୁରୋ): କୋଟିଆବାସୀଙ୍କ ସହ ‘ଉତ୍କଳ ଦିବସ’ ପାଳିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। କାଲି କଟକ ଷ୍ଟେସନରେ ଭଦ୍ରକ- ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ କରିବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ‘ଓଡ଼ିଶାର କିମ୍ବଦନ୍ତୀଙ୍କ ଡାକ ଟିକଟ’ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହେବେ।
ମାର୍ଚ୍ଚ ୩୧ରେ ଭୁବନେଶ୍ୱରରେ ‘ଆମେ ଓଡ଼ିଆ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା @୧୦୦ ବଡ ଭାବିବା, ବଡ଼ ସ୍ୱପ୍ନ ଦେଖିବା’ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ। ଏପ୍ରିଲ ୧ରେ କୋରାପୁଟ ଜିଲ୍ଲାର କୋଟିଆରେ ଉତ୍କଳ ଦିବାସ ପାଳିବା ସହ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।