ଆସନ୍ତା ୩୧ରେ ଢ଼େଙ୍କାନାଳ ଭୁବନ ଠାରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୩୦ ଓ ୩୧ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଢ଼େଙ୍କାନାଳ ଜିଲ୍ଲାର ଭୁବନ ଠାରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତା ୩୧ ତାରିଖରେ ପ୍ରଥମେ ଭୁବନ ଠାରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେବେ । ନୀଳକଣ୍ଠପୁର ଠାରେ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ଢ଼େଙ୍କାନାଳ ସହରରେ ଜନସାଧାରଣ ଓ ଦଳୀୟ ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିବେ । ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଗଷ୍ଟ 8ରେ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥଳି ଗୁଡ଼ିକ ପରିଦର୍ଶନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.