ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ୍‌ ଟନ୍‌ ବୃଦ୍ଧି କରିବାକୁ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ୍‌ ଟନ୍‌ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ନାଲ୍‌କୋ ଆରମ୍ଭ କରୁଥିବା ବ୍ରାଉନ୍‌ ଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପର ମୂଲ୍ୟ ରହିଛି ୨୨ ହଜାର କୋଟି । ବ୍ରାଉନ୍‌ଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପଟିଭ୍‌ ପାଓ୍ଵାର ପ୍ଲାଣ୍ଟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଏହାଦ୍ୱାରା ସ୍ମେଲଟର ୟୁନିଟ୍‌ ଏବଂ କୋଇଲା ବ୍ଲକ ଲଜିଷ୍ଟିକ୍‌ ଦକ୍ଷତା ଉପକୃତ ହେବ । ଅନୁଗୁଳ ନାଲକୋ ଦ୍ୱାରା ଆଲୁମିନିୟମ୍‌ ସ୍ମେଲଟର ପ୍ଲାଣ୍ଟ ପାଇଁ ବ୍ରାଉନ୍‌ଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ ହୋଇଛି । ଏହା ଦ୍ୱାରା ପଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ପରେ ନାଲକୋର ବକ୍ସାଇଟ୍‌ ଉତ୍ପାଦନ କ୍ଷମତା ବାର୍ଷିକ ୧୦.୫ ମିଲିୟନ୍‌ ଟନ୍‌କୁ ବୃଦ୍ଧି ପାଇବ ।

You might also like