ରାଜ୍ୟ

କେନ୍ଦ୍ରମନ୍ତ୍ରୀଙ୍କ ମୁହଁରୁ ମୋ ସରକାର ଅଭିଯାନକୁ ପ୍ରଶଂସା, କହିଲେ ଅନ୍ୟ ରାଜ୍ୟରେ ଏପରି ଯୋଜନା ଲାଗୁ ପାଇଁ ହେବ ପ୍ରୟାସ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ସରକାରଙ୍କ ମୋ ସରକାର ଅଭିଯାନକୁ ପ୍ରଶଂସା। ଅନ୍ୟ ରାଜ୍ୟରେ ଏପରି ଯୋଜନା ଲାଗୁ ପାଇଁ ହେବ ପ୍ରୟାସ। କେବଳ ମୋ ସରକାର ନୁହଁ, ଓଡ଼ିଶା ସରକାରଙ୍କ ସହଯୋଗରେ ଓସ୍‌ୱାସ ଓ ଭୁବନେଶ୍ୱର ଲାଣ୍ଡ ୟୁଜ୍‌ ଇନ୍‌ଫର୍‌ମେସନ ସିଷ୍ଟମ ଭଲି ବ୍ୟବସ୍ଥାକୁ ଲାଗୁ କରିବାକୁ ଅନ୍ୟ ରାଜ୍ୟକୁ କୁହାଯିବ। ଏହା କହିଛନ୍ତି କେନ୍ଦ୍ର କାର୍ମିକ ଓ ସାଧାରଣ ଅଭିଯୋଗ ମନ୍ତ୍ରୀ ଜିତେନ୍ଦ୍ର ସିଂହ। ରିପ୍ଲିକେସନ ଅଫ ଗୁଡ୍‌ ଗଭର୍ଣ୍ଣାନ୍‌ସ ପ୍ରାକ୍ଟିସେସ୍‌କୁ ନେଇ ଆୟୋଜିତ ଆଞ୍ଚଳିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ।

ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀର ଉଦ୍‌ଯାପନୀ ସେସନରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଥିଲେ, ଜନସାଧାରଣଙ୍କୁ ସର୍ବାଗ୍ରେ ରଖି ଓଡ଼ିଶା ସରକାରୀ କାର୍ଯ୍ୟରେ ପରିବର୍ତ୍ତନଶୀଳ ଆଭିମୁଖ୍ୟ ଗ୍ରହଣ କରିଛିି। ବିଭିନ୍ନ ସରକାରୀ ଅଫିସ ଆସୁଥିବା ନାଗରିକଙ୍କଠାରୁ ସିଧା ଫିଡ୍‌ ବ୍ୟାକ୍‌ ନେଇ ମୋ ସରକାର କାର୍ଯ୍ୟକାରୀ ହେଉଛି। ମୋ ସରକାର ପଛର ମୂଳମନ୍ତ୍ର, ଗଣତନ୍ତ୍ରରେ ସର୍ବୋଚ୍ଚରେ ସାଧାରଣ ନାଗରିକ।

ସରକାରଙ୍କ ସେବାରେ ସେମାନେ କେତେ ସନ୍ତୁଷ୍ଟ ତାର ଗୁରୁତ୍ୱ ଅଧିକ। ତାକୁ ଆଧାର କରି ପରିବର୍ତ୍ତନ ଆରମ୍ଭ କରାଯାଇ ପାରିବ। ଏହାସହ ସରକାରଙ୍କ ଓଡ଼ିଶା ୱାନ ପୋର୍ଟାଲ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଲୋକଙ୍କୁ ସେବା ଯୋଗାଇବାକୁ ଥିବା ଓଡ଼ିଶା ରାଇଟ୍‌ ଟୁ ପବ୍ଲିକ ସର୍ଭିସ୍‌ ଆକ୍ଟ ବିଷୟର ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ। କୌଣସି ସମୟରେ କୌଣସି ସ୍ଥାନରୁ ଲୋକେ ଯେପରି ଅଭିଯୋଗ କରି ପାରିବେ ସେ ନେଇ ଓଡ଼ିଶା ସରକାର ଆରମ୍ଭ କରିଥିବା ଇ-ଜନ ଶୁଣାଣି ବିଷୟରେ କହିଥିଲେ ନବୀନ ପଟ୍ଟନାୟକ।ଏହି ଆଂଚଳିକ ସମ୍ମିଳନୀର ଉଦ୍ଦେଶ୍ୟ, ବିଭିନ୍ନ ରାଜ୍ୟରେ ପ୍ରଚଳିତ ଉତ୍ତମ ସରକାରୀ କାର୍ଯ୍ୟ ଶୈଳୀ ଓ ଭଲ କାର୍ଯ୍ୟକ୍ରମକୁ ଅନ୍ୟ ରାଜ୍ୟରେ ଲାଗୁ କରିବା ଲାଗି ପ୍ରୟାସ କରିବା। ଓଡ଼ିଶାର ମୋ ସରକାର କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

KNews Bureau

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

9 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

10 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

17 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

22 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

40 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

49 mins ago