ଆଜି ଓଡ଼ିଶା ଆସୁଛନ୍ତି ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ କରିବେ ଉଦଘାଟନ

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସଡ଼କ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ପୂର୍ବାହ୍ଣ ୧୦ଟା ୩୦ମିନିଟ୍‌ରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ।  ସେଠାରୁ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ଯିବେ। କଟକରୁ କାର୍ଯ୍ୟକ୍ରମ ସାରି ଅପରାହ୍ଣ ୩ଟାରେ ବରମୁଣ୍ଡା ପଡ଼ିଆରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପରେ ଏନ୍‌ଏଚ୍‌ଏଆଇ କାର୍ଯ୍ୟାଳୟରେ ପ୍ରକଳ୍ପ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳନ କରିବ ।  ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏବଂ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

]ସେହିପରି ଦିନିକିଆ ଗସ୍ତରେ ଆସି ୪ ହଜାର କୋଟିରୁ ଅଧିକ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।  ସେଥିମଧ୍ୟରୁ ୧୩ ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ ।  ଏହି ପ୍ରକଳ୍ପରର ବ୍ୟୟ ଅଟକଳ ରହିଛି ୨୯୦୫ କୋଟି ।  ୪ଟି CRIF ବ୍ରିଜର ଶିଳାନ୍ୟାସ କରାଯିବ ।  ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ କରିବେ ନୀତିନ ଗଡ଼କରୀ ।  ଯାହାର ୮୪୧ କୋଟି ବ୍ୟୟରେ ନିର୍ମିତ ହୋଇଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

 

ଆହୁରି ପଢ଼ନ୍ତୁ :  ବିଜେଡି ସଭାପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ନବୀନ, ଏପ୍ରିଲ ୧୯ରେ ହେବ ନାଁ ଘୋଷଣା