ଉଦାହରଣ ସୃଷ୍ଟି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ: ପିପିଇ କିଟ୍‌ ପିନ୍ଧି ବୁଝିଲେ କୋଭିଡ୍‌ ରୋଗୀଙ୍କ ଭଲମନ୍ଦ

ବାରିପଦା: ଉଦାହରଣ ସୃଷ୍ଟି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ପିପିଇ କିଟ୍‌ ପିନ୍ଧି କୋଭିଡ୍‌ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କ ଭଲମନ୍ଦ ବୁଝିଲେ । ବାରିପଦା କୋଭିଡ୍‌ ହସ୍ପିଟାଲରେ ଅବ୍ୟବସ୍ଥା ସମ୍ପର୍କରେ ସୋସିଆଲ୍‌ ମିଡିଆରେ ଅପପ୍ରଚାର ପରେ ମନ୍ତ୍ରୀ ଆଜି ହସ୍ପିଟାଲ ପରିଦର୍ଶନ କରିଥିଲେ । ପିପିଇ କିଟ୍‌ ପିନ୍ଧି ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କୁ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ବାରିପଦା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ସୁବିଧାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ରୋଗୀମାନେ ମଧ୍ୟ ଚିକିତ୍ସାକୁ ନେଇ ଖୁସୀ ଥିବା କହିଛନ୍ତି । ଏଥିସହ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ କୋଭିଡ୍‌ ପରିଚାଳନା ନେଇ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ବାଙ୍କିଶୋଳ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ। ..ଗତକାଲି ମୟୂରଭଞ୍ଜ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ବାରିପଦା କୋଭିଡ୍‌ ହସ୍ପିଟାଲ ଭିତରକୁ ପିପିଇ କିଟ୍‌ ପିନ୍ଧି ରୋଗୀମାନଙ୍କୁ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ହସ୍ପିଟାଲ ସମ୍ପର୍କରେ ସୋସିଆଲ ମିଡିଆରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ପ୍ରସ୍‌ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.