NDAରେ ଯୋଗ ଦିଅନ୍ତୁ ନବୀନ, ଆହୁରି ଫାଇଦାରେ ରହିବେ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଏନଡିଏରେ ସାମିଲ ହେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସେ କହିଛନ୍ତି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ ବିଲ ପାସ ବେଳେ ଏନଡିଏ ସରକାରକୁ ବିଜେଡି ବହୁତ ସହଯୋଗ କରିଛି। ୨୦୨୪ ନିର୍ବଚନ ବେଳକୁ ଏନଡିଏ ସହ ଯୋଡି ହେଲେ ବହୁ ଲାଭରେ ରହିବେ ନବୀନ। ଓଡିଶାକୁ ଅଧିକ ବଜେଟ ଦେଇ ପାରନ୍ତି ମୋଦି। ୨୦୨୪ରେ ଏନଡିଏ ୨୦୧୯ର ରେକର୍ଡ ଭାଙ୍ଗିବ। ନୀତିଶ ଏନଡିଏ ଛାଡିଛନ୍ତି ସତ ହେଲେ ଏନଡିଏ ତାଙ୍କୁ ଛାଡିନି। ୨୦୨୪ ବେଳକୁ ସେ ପୁଣି ଫେରି ପାରନ୍ତି। ଯଦି ନ ଫେରିଲେ ତଥାପି ଏନଡିଏ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି।

ramdash

୨୦୨୪ରେ ନିର୍ବାଚନରେ ୩୫୦ରୁ ଅଧିକ ସିଟ ପାଇବ ଏନଡ଼ିଏ। ସେହିଭଳି ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଅନ୍ୟ ଜାତିରେ ବିବାହକୁ ଗୁରୁତ୍ୱ ଦେବା ଉଚିତ ବୋଲି ମଧ୍ୟ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ଓଡିଶା ଗସ୍ତରେ ଆସିଥିବାବେଳେ ଏଭଳି କହିଛନ୍ତି। ୨୦୨୦-୨୧ରେ ଓଡିଶାରେ ୧୮୪୭ ଦମ୍ପତ୍ତି ଅନ୍ୟ ଜାତିରେ ବିବାହ କରିଥିବାବେଳେ ଏହି ସଂଖ୍ୟା ୨୧-୨୨ ବେଳକୁ ବଢି ୨୭୬୮ରେ ପହଞ୍ଚିଛି। ଅନ୍ୟ ଜାତିରେ ବିବାହ କରିଥିବା ଦମ୍ପତ୍ତିଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୨ଲକ୍ଷ ୫୦ ହଜାର ଟଙ୍କା ଦିଆଯାଉଛି। ତେବେ ଓଡିଶା ସରକାର ଉଭୟ ପୁଅ ଝିଅଙ୍କ ମଧ୍ୟରୁ ଜଣଙ୍କୁ ସରକାରୀ ଚାକିରି ଦେବାକୁ ଗୁରୁତ୍ବ ଦିଆଯାଉବୋଲି କହିଲେ କେନ୍ଦ୍ର ମନ୍ତ୍ରୀ ରାମଦାସ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏରେ ସାମିଲ ହେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ

 

Leave A Reply

Your email address will not be published.