ଦ୍ଵିତୀୟ ଲାଇଟ ହାଉସ ମହୋତ୍ସବ : ୩ ଦିନିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, ଓଡ଼ିଶାରେ ହୋଇପାରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର

ପୁରୀ : ପାରାଦ୍ୱୀପ ବନ୍ଦର ଦେଶର ମେଗା ବନ୍ଦର ହେବ । ଏଥିସହ ଓଡ଼ିଶାରେ ହୋଇପାରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର । ରାଜ୍ୟ ସରକାର ଜମି ଯୋଗାଇଦେଲେ ଖୁବ ଶୀଘ୍ର ଏହା ଓଡ଼ିଶାରେ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବନ୍ଦର ,ପରିବହନ ଓ ଜଳପଥ ମନ୍ତ୍ରଣାଳୟ ସର୍ବାନନ୍ଦ ସୋନୱାଲ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଅଭିଭାଷଣରେ କହିଛନ୍ତି ୩ ଦିନିଆ ଓଡିଶା ଗସ୍ତରେ ଖୁବ ଶୀଘ୍ର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ବରରେ ରହି ସେ ବିକଶିତ ଓଡିଶା ଗଠନ ପାଇଁ ସମସ୍ତ ଯୋଜନାର ସମୀକ୍ଷା କରିବେ ।
ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ଜଳ ମାର୍ଗ ସହ କୃଜ ଓ ଅନ୍ୟାନ୍ୟ ସେବା ହେବ । ଜାହାଜ ନିର୍ମାଣ ଓ ମରାମତି କାର୍ଯ୍ୟ ଓଡ଼ିଶାରେ ହେବ । ଏଥିପାଇଁ କେନ୍ଦ୍ର ସରକାର ସହଯୋଗ ଯୋଗାଇଦେବେ । ପୁରୀ ତାଳବଣିଆ ପଡ଼ିଆରେ ଦ୍ଵିତୀୟ ଲାଇଟ ହାଉସ ମହୋତ୍ସବରେ ଯୋଗ ଦେଇ ଉଭୟ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ବନ୍ଦର,ପରିବହନ ଓ ଜଳପଥ ମନ୍ତ୍ରଣାଳୟ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ,ପୁରୀ ସାଂସଦ, ପିପିଲି ବିଧାୟକ,, ପୁରୀ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ହଳଧର ନାଗ, ସୁଜିତ ମହାପାତ୍ର,ସସ୍ମିତା ମଲ୍ଲିକ ,ନିବେଦିତା ଆଚାର୍ଯ୍ୟ, ମମତା ଓଝା ,ଡଃ ରମେଶ ପ୍ରସାଦ ପାଣିଗ୍ରାହୀ, ଓମ ପ୍ରକାଶ ସାହୁ ଓ ଶ୍ରୀକାନ୍ତ ଗୌତମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥିସହ ପାରାଦ୍ୱୀପରେ ୧୮.୦୫ କୋଟି ବ୍ୟୟରେ ରୋଡ ଫ୍ଲାଏ ଓଭର ,ଷ୍ଟାକର ଓ ରିକ୍ଲେମର ଏବଂ ଜାମନଗର ନୂତନ ଲାଇଟ ହାଉସ ଲୋକାର୍ପିତ ହୋଇଛି । ଭାରତବର୍ଷରେ ସମୁଦାୟ ୨୦୩ଟି ଲାଇଟ ହାଉସ ରହିଛି । ଏହା ମଧ୍ୟରୁ ୭୫ଟି ଲାଇଟ ହାଉସକୁ ପର୍ଯ୍ୟଟନ ଦୃଷ୍ଟି କୋଣରୁ ବିକଶିତ ଓ ଆଧୁନିକୀକରଣକରାଯାଉଛି । ତା ମଧ୍ୟରେ ୧୩ଟି ଲାଇଟ ହାଉସରେ ଲିଫ୍ଟର ବ୍ୟବହାର ହୋଇଛି । ପୁରୀ ସମେତ ଓଡ଼ିଶାରେ ଥୁବା ୬ ଟି ଲାଇଟ ହାଉସ ମଧ୍ୟରୁ ୫ ଟି ଏଥିରେ ସାମିଲ ହୋଇଛି । ସମସ୍ତ ଲାଇଟ ହାଉସ ଗୁଡିକର ଐତିହାସିକ ପ୍ରୁଷ୍ଠଭୂମି ରହିଛି । ଏହା ଲଣ୍ଠନ ପରି କାର୍ଯ୍ୟ କରେ ।
ଐତିହ୍ୟ ସମ୍ପର୍ଣ୍ଣ ଲାଇଟ ହାଉସ ଗୁଡିକର ବିକାଶ ଓ ପୁନରୁଦ୍ଧାର ସହ ଦେଶରେ ନୂଆ ଲାଇଟ ହାଉସ ଖୋଳିବା ପାଇଁ ପରିକଳ୍ପନା କରାଯାଉଛି । ଐତିହ୍ୟ ସମ୍ପର୍ଣ୍ଣ ଲାଇଟ ହାଉସ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୭୫ଟି ଲାଇଟ ହାଉସର ବିକାଶ କରାଯାଉଛି । ସେଠାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲ,ରେସ୍ତୋରାଁ, ଆମ୍ୟୁଜମେଣ୍ଟ ପାର୍କ ଓ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ରହିଛି । ଏହା ଦ୍ୱାରା ପର୍ଯ୍ୟଟକମାନେ ଲାଇଟ ହାଉସଗୁଡିକରେ ସମୟ ଅତିବାହିତ କରିବା ସହ ଲାଇଟ ହାଉସ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ ।