ଜମୁଛି ହେଭି ୱେଟଙ୍କ ପ୍ରଚାର: ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ହେମା ମାଳିନୀ

ଓଡ଼ିଶାକୁ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ । ଆଜି ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଡ୍ରିମଗାର୍ଲ ତଥା ସାଂସଦ ହେମା ମାଳିନୀ । ଭୁବନେଶ୍ବର ଉତ୍ତର, କଟକର କିଶନ ନଗର ଓ ପିପିଲିରେ ପ୍ରଚାର କରିବେ । ଅଶ୍ବିନୀ ବୈଷ୍ଣବ କଟକର ନରସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ ପରେ ସାଢେ ୧୧ଟାରେ ଯୁବ ସମାବେଶରେ ଯୋଗଦେବେ।

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଜମୁଛି ନିର୍ବାଚନ ପ୍ରଚାର । ଓଡ଼ିଶାକୁ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ । ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେପିର ୪ଜଣ ହେଭିୱେଟ ନେତା । ଆଜି ହେବ ହାଇଭୋଲଟେଜ ପ୍ରଚାର । ରାଉରକେଲାରେ ସାଧାରଣ ସଭା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ , ଡ୍ରିମଗାର୍ଲ ତଥା ସାଂସଦ ହେମା ମାଳିନୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା । ହେମା ମାଲିନୀ ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ବର ଉତ୍ତର, କଟକର କିଶନ ନଗର ଓ ପିପିଲିରେ ପ୍ରଚାର କରିବେ । ୧୦ଟା ୩୦ରେ ସାଲିଆ ସାହି, ୧୨ଟା ୪୫ରେ କଟକ ସଦର ନିର୍ବାଚନମଣ୍ଡଳୀର କିଶୋନନଗର ଏବଂ ଅପରାହ୍ଣ ୩ଟା ୩୦ରେ ପିପିଲିରେ ରୋଡ ସୋ କରିବେ ହେମା ।  କାଲି ପାଳଲହଡ଼ା, ଦେବଗଡ଼ରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି ।

ଅଶ୍ବିନୀ ବୈଷ୍ଣବ କଟକର ନରସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ ପରେ ସାଢେ ୧୧ଟାରେ ଯୁବ ସମାବେଶରେ ଯୋଗ ଦେବେ । ସନ୍ଧ୍ୟା ୫ଟାରେ ଆଠଗଡରେ ଆଠଗଡ଼ରେ ଏବଂ ସନ୍ଧ୍ୟା ୭ଟା ୩୦ରେ କଟକରେ ଜନସଭାକୁ ସମ୍ବୋଧନ କରିବେ । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଆସିବେ ।  ଆସନ୍ତାକାଲି ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ବର ଓ ଭୋଗରାଇରେ ସମାବେଶରେ ଯୋଗଦେବେ । ପରେ ଭୁବନେଶ୍ବରର ସାମ୍ବାଦିକ ସମ୍ମିଳନୀ କରିବେ।

Leave A Reply

Your email address will not be published.