ସଡ଼କ ସୁରକ୍ଷା ନେଇ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭିଡିଓକୁ ପ୍ରଶଂସା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ, ଟ୍ଵିଟ୍‌ କରି କହିଲେ କିଛି ଏପରି

ଭୁବନେଶ୍ବର: ସଡ଼କ ସୁରକ୍ଷା ନେଇ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭିଡିଓକୁ ପ୍ରଶଂସା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ସେ ଏହି ଭିଡିଓକୁ ଟ୍ଵିଟ୍‌ କରିଛନ୍ତି । ଏଥିରେ ଲେଖିଛନ୍ତି, ଏହି ଭିଡିଓ ପ୍ରସ୍ତୁତ କରିଥିବା ପିଲାମାନେ କିଏ ଜାଣିନାହିଁ । କିନ୍ତୁ ସେମାନେ ସଡ଼କ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ନିୟମ ଗୁଡ଼ିକୁ ସଫଳତାର ସହ ପ୍ରଦର୍ଶନ କରିଛନ୍ତି । ଯାହାକି ଅତ୍ୟନ୍ତ ଇନ୍‌ଟ୍ରେଷ୍ଟିଂ । ଆମେ ସମସ୍ତେ ଏହାକୁ ଦେଖିବା ଉଚିତ୍‌ ବୋଲି କହିଛନ୍ତି ଗଡକରୀ ।

 ତାଙ୍କ ଟ୍ଵିଟ୍‌ ଉପରେ ପ୍ରତିକ୍ରିୟା ରଖିଛି ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥୋରିଟି ଓଡ଼ିଶା । ନୟାଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିଲା । ୨୦୨୦ ସଡ଼କ ସୁରକ୍ଷା ସପ୍ତାହରେ କରାଯାଇଥିବା ପ୍ରତିଯୋଗିତାରେ ଛାତ୍ରଛାତ୍ରମାନେ ପ୍ରଥମ ପୁରସ୍କାର ପାଇଥିଲେ ।

Leave A Reply

Your email address will not be published.