ରାଜ୍ୟ

ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ନ ଉଠାଇବା ଯାଏ ଧାରଣା, ଚେତାବନୀ ଦେଲା ବ୍ୟବସାୟୀ ସଂଘ

ଭୁବନେଶ୍ୱର (କେନ୍ୟୁଜ): ପୁଣି ବନ୍ଦ ହେବ ମାର୍କେଟ ବିଲ୍ଡିଂ। ଉଠା ଦୋକାନୀ ଓ ମାର୍କେଟ ଆସୋସେସନର ବିବାଦ ସମାଧାନ ନହେଲେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ମେୟର ଓ କମିଶନରଙ୍କ ଘର ଆଗରେ ସପରିବାରେ ଧାରଣା ଦେବାକୁ ଚେତାବନୀ ଦେଲା ମାର୍କେଟ ଆସୋସେସନ । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଯଦି ୩ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହୁଏ ତେବେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ ।

ମାର୍କେଟ ଆସୋସିଏସନ ଏହି ଅଭିଯୋଗ କରିଛି ଯେ ଜବରଦଖଲକାରୀଙ୍କ କବଳରେ ୟୁନିଟ ୨ ମାର୍କେଟ ବିଲଡିଂ ରହିଛି । ଦୀର୍ଘ ଦିନ ଧରି ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ହୋଇଆସିଥିବା ବେଳେ ଏହାର ସମାଧାନ ହୋଇପାରୁନାହିଁ । ଯେଉଁଥିପାଇଁ BMCକୁ ସମ୍ପୂର୍ଣ୍ଣ ଦୋଷ ଦେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ କର୍ମକର୍ତ୍ତା । ଉଠା ଦୋକାନୀଙ୍କୁ ମାର୍କେଟ ବିଲଡିଂରେ ବସେଇ BMC କର୍ତ୍ତୃପକ୍ଷ ମାଲେମାଲ ହେଉଛନ୍ତି । ତେବେ ଉଠାଦୋକାନୀ ମାର୍କେଟ ବିଲଡିଂରେ ବସିବା ଫଳରେ ସୌନ୍ଦର୍ଯ୍ୟ ହାନି ହେଉଥିବା ବେଳେ ଜନସାଧାରଣ ଜିନିଷ କିଣିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ଗତ ବର୍ଷ ଏହି ପରି ଅନେକ ଥର ମାର୍କେଟ ଆସୋସିଏସନ୍ ଧମକ ଦେଇ କିଛି ଦିନ ଲେଖାଏଁ ପାଇଁ ମାର୍କେଟ ଵିଲ୍ଡିଂ ବନ୍ଦ ରଖିଥାନ୍ତି। ପୁଣି ଦାବି ବିଷୟରେ ଆଲୋଚନା ହୋଇ ବିବାଦ ସମାଧାନ ହେଇଥାଏ। ଗତ ଏପ୍ରିଲ ମାସରେ ମଧ୍ୟ ଏହି ପରି ବିବାଦ ଦେଖିବାକୁ ମିଳିଥିଲା।

Barsha

Recent Posts

ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି, ତତଲା କଡ଼େଇରେ ଭାଜି ହେବେ ଓଡ଼ିଶାବାସୀ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ଗ୍ରୀଷ୍ମ…

28 mins ago

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

1 hour ago

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ବାଙ୍ଗିରିପୋଷି(କେନ୍ୟୁଜ୍‌): ଦ୍ୱାରାଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ଅଜଣା ଗାଡି ଧକ୍କାରେ ବାଇକ…

1 hour ago

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

2 hours ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

2 hours ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

2 hours ago