ଅନୁଷ୍ଠିତ ହୋଇଯାଇଛି ବୟୋଜ୍ୟେଷ୍ଠ ପୂଜନ ସମାରୋହ, ଏମିତି ନିଆରା ପରମ୍ପରା କେବେ ଦେଖିନଥିବେ

ଗୁରୁଜନଙ୍କ ଆର୍ଶିବାଦ ବିନା ସଫଳତା ପାଇବା ଅସମ୍ଭବ । ଘରର ଗୁରୁଜନଙ୍କୁ ଆମେ ସଭିଏଁ ଉଚିତ୍ ସମ୍ମାନ, ସେମାନଙ୍କ ପ୍ରତି ଥିବା ଆମର ଦାୟିତ୍ୱକୁ ଆମେ ସଠିକ୍ ଭାବେ ସମ୍ପାଦନ କରିବା ଉଚିତ୍ । ତେବେ ଏହି ପରିପେକ୍ଷୀରେ ଅନୁଷ୍ଠିତ ହୋଇଛି ବୟୋଜ୍ୟେଷ୍ଟ ପୂଜନ ସମାରୋହ । ଏକଥା ପ୍ରାୟ ବହୁତ ଅଳ୍ପ ଲୋକ ଶୁଣିଥିବେ । ତେବେ ଆଜି ଆପଣମାନଙ୍କୁ କହିବୁ କେମିତି ଏଠାରେ ପାଳନ କରାଯାଇଛି ବୟୋଜ୍ୟେଷ୍ଠ ମାନଙ୍କର ପୂଜାର୍ଚ୍ଚନା ।

ନିଶ୍ଚିତ ଭାବରେ ଜାଣିଥିବେ ଯେ ଯଦି ବୟୋଜ୍ୟେଷ୍ଠଙ୍କ ଆର୍ଶିବାଦ ଆମ ଉପରେ ନଥାଏ, ତେବେ ଆମେ ଆଗକୁ ବଢ଼ିପାରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି । କିନ୍ତୁ ଅଧିକାଂଶ ଲୋକ ବୟୋଜ୍ୟେଷ୍ଟ ଲୋକମାନଙ୍କୁ ବହୁତ୍ ହଇରାଣ ହରକତ୍ କରିଥାନ୍ତି, ଯାହା ଯୋଗୁଁ ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି । ହେଲେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଅନ୍ତର୍ଗତ ଖନ୍ଦୋଳ ଗ୍ରାମରେ ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ । ଏଠାରେ ରୁଦ୍ର ମହାଯଜ୍ଞ ଉପଲକ୍ଷେ ବୟୋଜ୍ୟେଷ୍ଟମାନଙ୍କୁ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଛି । ଆମର ବିଶ୍ୱାସ ଅଛି ଯେ ବୟୋଜ୍ୟେଷ୍ଟମାନଙ୍କ ଶରୀରରେ ଭଗବାନ ବସବାସ କରନ୍ତି । ତେଣୁ ତାଙ୍କୁ ପୂଜା କଲେ ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି ବୋଲି କଥା ରହିଛି ।

ବରିଷ୍ଠ ନାଗରିକଙ୍କ ଆର୍ଶିବାଦ ପ୍ରତି ମଣିଷ ପାଇଁ ଏକାନ୍ତ ଆବଶ୍ୟକ ଏହି ବାର୍ତ୍ତା ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଅନ୍ତର୍ଗତ ଖନ୍ଦୋଳ ଗ୍ରାମବାସୀଙ୍କ ପକ୍ଷରୁ ହନୁମାନଜୀଉଙ୍କ ପୀଠରେ ନବମ ବାର୍ଷିକ ରୁଦ୍ର ମହାଯଜ୍ଞ ଉପଲକ୍ଷେ ବୟୋଜ୍ୟେଷ୍ଠ ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ନୂତନ ଅଙ୍ଗବସ୍ତ୍ର, ଫୁଲ, ଚନ୍ଦନ ଦିଆଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଗ୍ରାମର ସମସ୍ତ କନିଷ୍ଟ ସେମାନଙ୍କ ପାଦତଳେ ଲୋଟି ପ୍ରଣାମ ଜଣାଇଥିଲେ । ଖନ୍ଦୋଳ ଗ୍ରାମବାସୀଙ୍କ ପକ୍ଷରୁ ଏଭଳି ପୂଜ୍ୟପୂଜା ପରମ୍ପରା ନିଆରା ଉଦାହରଣ ସୃଷ୍ଟି କରିଛି ।

ରୁଦ୍ର ମହାଯଜ୍ଞ ଉପଲକ୍ଷେ ବୟୋଜ୍ୟେଷ୍ଠ ପୂଜନ ସମାରୋହ ଏ ସମାଜ ପାଇଁ ଏକ ପ୍ରେରଣା ପାଲଟିବ ନିଶ୍ଚୟ । ସତ କହିବାକୁ ଗଲେ ବରିଷ୍ଠ ନାଗରିକଙ୍କ ଆର୍ଶିବାଦ ପ୍ରତ୍ୟକ ମଣିଷଙ୍କ ପାଇଁ ଏକାନ୍ତ ଆବଶ୍ୟକ । ଏକଥା ସମସ୍ତେ ଜାଣିବା ଉଚିତ୍ । ତେବେ ଏଭଳି ପରମ୍ପରା ଖୁବ୍ ନିଆରା ।