ବୌଦ୍ଧ ପଲସାଗୋରାର ମକର ମେଳା ଟିକେ ନିଆରା, ସ୍ୱତନ୍ତ୍ର ବାହାଘର ହାଟ ପାଇଁ ଜମେ ଭିଡ

କଣ୍ଟାମାଳ(କେନ୍ୟୁଜ୍): ମାଘ ମାସରେ ମକର ସଂକ୍ରାନ୍ତିର ରହିଛି ଅନେକ ମାହାତ୍ମ୍ଯ। ହେଲେ ବୌଦ୍ଧ ଜିଲ୍ଲା ପଲସାଗୋରାର ହେଉଥିବା ମକର ମେଳା ସବୁ ଦିଗରୁ ଟିକେ ଅଲଗା। କାହିଁ କେତେଦିନରୁ ହୋଇ ଆସୁଥିବା ମକର ମେଳାରେ ଆଜି ବି ଅନେକ ପାରମ୍ପରିକ ପ୍ରଥା ଚଳି ଆସୁଛି। ଏହି ପଲସାଗୋରାର ମକର ମେଳା ବହୁ ପୁରୁଣା। କାହିଁ କେତେଦିନରୁ ରାଜାରାଜୁଡ଼ା ଅମଳରୁ ଏହି ମେଳା ଚାଲି ଆସୁଛି।

ଠିକ ବାହାଘରର ଋତୁ ସମୟରେ ହିଁ ବୌଦ୍ଧର ପଲସାଗୋରାରେ ହୋଇଥାଏ ମକର ମେଳା। ଲୋକେ ଏହି ମକର ମେଳାର ଖୁବ୍ ଆନନ୍ଦ ନିଅନ୍ତି । ତା ସହିତ ଏହି ମେଳାର ସ୍ବତନ୍ତ୍ରତା ହେଲା ବାହାଘର ହାଟ । ବିଶେଷକରି ଝିଅ ବାହାଘରର ସମସ୍ତ ସରଞ୍ଜାମ ମିଳିଥାଏ ଏହି ମେଳାରେ। ଟିଣ ବାକ୍ସଠାରୁ ଆରମ୍ଭ କରି ଖଟ, ପଲଙ୍କ, ସୋଫା, ଗଦି ଆହୁରି କେତେକଣ। କରୋନା କଟକଣା ହଟିବା ପରେ ଏ ବର୍ଷ ଏହି ମେଳାରେ ମିନାବଜାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ଯକ୍ରମ ଯୋଗୁଁ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

hath

ବାହାଘର କରୁଥିବା ବାପାମା ଅପେକ୍ଷା କରିଥାନ୍ତି ଏହି ମେଳାକୁ। ହାତପଆନ୍ତlରେ ସବୁ ଜିନିଷ ମିଳୁଥିବାରୁ ଗ୍ରାହକ ଯେତିକି ଖୁସି ତାଠାରୁ ଅଧିକ ଖୁସି ହୁଅନ୍ତି ବିକ୍ରେତା।ପ୍ରତିବର୍ଷ ଏହି ମେଳାରେ ବେଶ ଦୁଇ ପଇସା ରୋଜଗାର ହୋଇଥାଏ।ଗ୍ରାହକଙ୍କ ପାଇଁ ବେପାରୀମାନେ ମଧ୍ୟ ଆକର୍ଷଣୀୟ ଅଫର ରଖିଥାନ୍ତି।

ପ୍ରତିବର୍ଷ ଏହି ମେଳାରେ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି।ଏହି ବାହାଘର ହାଟ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ଚାରିଦିନ ଧରି ଚାଲିଥାଏ।ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ ଏହି ମକର ମେଳାରେ ବସୁଥିବା ହାଟରେ।ମକର ମେଳାର ମାହାତ୍ମ୍ଯ ତ ସବୁଠୁ ରହଛି ହେଲେ ବୌଦ୍ଧ ଜିଲ୍ଲା ପଲସାଗୋରାର ହେଉଥିବା ମକର ମେଳା ସବୁ ଦିଗରୁ ଟିକେ ଅଲଗା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.