ନିଆରା ଜଳାଭିଷେକ : ପାଣି, କ୍ଷୀର କି ଗଙ୍ଗାଜଳ ନୁହେଁ ୭ ହଜାର ପଇଡ ପାଣିରେ ସିଦ୍ଧେଶ୍ୱର ବାବାଙ୍କୁ କରାଯାଇଛି ଅଭିଷେକ
ବରଗଡ଼ (କେନ୍ୟୁଜ୍) : ନିଆରା ଜଳାଭିଷେକ। ସାତ ହଜାର ପଇଡ ପାଣିରେ ସିଦ୍ଧେଶ୍ୱର ବାବାଙ୍କ ଅଭିଷେକ। ବିଭିନ୍ନ ସ୍ଥାନରେ ମହାଦେବଙ୍କୁ ପାଣି, କ୍ଷୀର ଓ ଗଙ୍ଗାଜଳରେ ଅଭିଷେକ କରାଯାଉଥିବା ବେଳେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରୁଷୁଡ଼ା ସିଦ୍ଧେଶ୍ୱର ମନ୍ଦିରରେ ପଇଡ ପାଣିରେ ଅଭିଷେକ କରାଯାଇଛି। ଆନ୍ଧ୍ର ପ୍ରଦେଶ କାକିନାଡାରୁ ପଇଡ ଅଣାଯାଇଥିଲା। ବାବାଙ୍କ ଏହି ନିଆରା ଜଳାଭିଷେକ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।