ଚଉଷଠି ଯୋଗିନୀ ପୀଠର ସ୍ୱତନ୍ତ୍ରତା, ମହୋତ୍ସବ ଦେଖି ଝୁମିଲେ ଦର୍ଶକ

ଚଉଷଠି ଯୋଗିନୀ ମହୋତ୍ସବ ଦେଖି ଝୁମିଲେ ଦର୍ଶକ । ତନ୍ତ୍ର, ମନ୍ତ୍ର, ସିଦ୍ଧି ସାଧନାର ପୀଠ ତଥା ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ, ବୌଦ୍ଧ ଆଦି ସର୍ବ ଧର୍ମ ସମନ୍ୱୟର ବିରଳ ଚଉଷଠି ଯୋଗିନୀ ପୀଠର ସ୍ୱତନ୍ତ୍ରତା ରହିଛି । ବିସ୍ତୀର୍ଣ୍ଣ ପଥର ଚଟାଣ ଉପରେ ଐତିହ୍ୟ, କୀର୍ତ୍ତିରାଜି ଅଞ୍ଚଳର ସମୃଦ୍ଧ ଇତିହାସକୁ ବଖାଣୁଛି । ତେବେ ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଳକର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ସୋମେଶ୍ୱର ମହାଦେବ ମନ୍ଦିରରେ ଉତ୍ସବ କରାଯଇଥିଲା । ଯେଉଁଠାରେ ଦର୍ଶକ ମନ ଭରି ମହୋତ୍ସବକୁ ଉପଭୋଗ କରିଥିଲେ ।
ପ୍ରଧାନମନ୍ତ୍ରୀ ୨୦୧୯ ମସିହାରେ ଏହାକୁ ଜାତୀୟ ଐତିହ୍ୟ ସ୍ମାରକୀ ଘୋଷଣା କରିଛନ୍ତି । ଏହି ପୀଠର ପ୍ରଚାର ପ୍ରସାର ସହ ବିଶ୍ୱ ଐତିହ୍ୟ ସ୍ମାରକୀ ମାନ୍ୟତା ଦାବି ଉଠୁଛି । ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ କମିଟି ଆନୁକୂଲ୍ୟରେ ଚଉଷଠି ଯୋଗିନୀ ମହୋତ୍ସବ ଆୟୋଜିତ ହୋଇଥିଲା । ଉଦଘାଟନୀ ସନ୍ଧ୍ୟାରେ ଅଞ୍ଚଳର ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅଘୋରି ନୃତ୍ୟ, ଢାପ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବର୍ତ୍ତମାନ ଏହି ପୀଠର ସୁରକ୍ଷା, ସଂରକ୍ଷଣ, ବିକାଶ ଓ ପ୍ରଚାର ପ୍ରସାର ପାଇଁ ସାଧାରଣରେ ଦାବି ହେଉଛି ।
Also read: ସିମୁଳିଆରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ, ଯୋଗ ଦେଲେ ଅନେକ ଭକ୍ତ