ଭୁବନେଶ୍ବର: ନୂଆ ଠିକଣା ପାଇବ ୧ ନମ୍ବର ହୋଲସେଲ୍‌ ପରିବା ହାଟ, ଗହଳି ସହ ଟ୍ରାଫିକ୍‌ ସମସ୍ୟା ଦୂର କରିବାକୁ ଏଭଳି ନିଷ୍ପତ୍ତି

ଭୁବନେଶ୍ବର(କେନ୍ୟୁଜ୍):ଉଠିଯିବ ଭୁବନେଶ୍ୱର ୧ ନମ୍ବର ହୋଲସେଲ୍‌ ପରିବା ହାଟ । ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ଏହି ହାଟ ତମାଣ୍ଡୋ ତହସିଲ୍‌ ଅନ୍ତର୍ଗତ ଭଗବାନପୁରକୁ ସ୍ଥାନାନ୍ତର ହେବ । ସେଠାରେ ପରିବା ହୋଲସେଲ୍‌ ମାର୍କେଟ ଲାଗି ଶୀତଳଭଣ୍ଡାରଠାରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ । ଏଥିପାଇଁ ଭଗବାନପୁରରେ ଚିହ୍ନଟ ହୋଇଛି ୧୦ ଏକର ଜମି ।

ସହର ଭିତରେ ଗହଳି କମାଇବା ସହ ଟ୍ରାଫିକ୍‌ ସମସ୍ୟା ଦୂର କରିବାକୁ ଏଭଳି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ଏଥିପାଇଁ ଆଜି ବିଏମସି ଅଫିସରେ ଏକ ବୈଠକରେ ଆଲୋଚନା ହୋଇଛି । ଭୁବନେଶ୍ୱର ୟୁନିଟ-୧ରେ ୪ ଏକର ଜାଗାରେ ରହିଛି ହୋଲସେଲ୍‌ ପରିବା ମାର୍କେଟ । ପ୍ରତିଦିନ ଏଠାକୁ ୨୦୦ ଟ୍ରକ୍‌ ଯିବା ଆସିବା କରୁଛି । ଏଠାରେ ସ୍ଥାନ ଅଭବାରୁ ପରିବା ହୋଲସେଲ୍‌ ମାର୍କେଟ ସ୍ଥାନାନ୍ତର ପାଇଁ ୨୦୦୭ରୁ ଦାବି ହୋଇ ଆସୁଥିଲା । ଭଗବାନପୁରରୁ ହୋଲସେଲ୍‌ ମାର୍କେଟ ସ୍ଥାନାନ୍ତରଣ ଲାଗି ବିଏମସିର ନିଷ୍ପତ୍ତିକୁ ସ୍ୱାଗତ କରିଛି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.