ଅସହାୟଙ୍କ ଦରଦୀ ବନ୍ଧୁ ଅନୁଗୁଳ ୟୁନିଟ୍ ସଙ୍ଗଠନର ଆଉ ଏକ ମହାନତା, କଟକରେ ଥାଲେସେମିଆ ରୋଗୀଙ୍କ ପାଇଁ ଦାନ କଲେ ୭ ୟୁନିଟ ରକ୍ତ
କଟକ(କେନ୍ୟୁଜ୍): ଥାଲେସେମିଆ ରୋଗୀଙ୍କ ପାଇଁ ସ୍ବେଛାକୃତ ରକ୍ତଦାନ କଲେ ୟୂନିଟ୍ ସାଙ୍ଗଠନର ସଦସ୍ୟ । ଆଜିର ସମାଜରେ ଯେଉଁଠି ମଣିଷ ଆଉ ଗୋଟିଏ ମଣିଷକୁ ସାହାଯ୍ୟ କରିବାରେ ପଛଘୁଞ୍ଚା ଦେଉଛି ସେଠାରେ ଏହି ୟୁନିଟି ନାମକ ଏକ ସଙ୍ଗଠନର ସଦସ୍ୟ ଏକ ଉଦାହାରଣ ସାଜିଛନ୍ତି। ସୁଦୂର ଅନୁଗୁଳରୁ ଆଜି କଟକ ଆସି ଥାଲେସେମିଆ ଶିଶୁଙ୍କ ପାଇଁ ସମୂଦାୟ ୭ ୟୁନିଟ ରକ୍ତଦାନ କରିଛନ୍ତି। କେବଳ ଏତିକି ନୁହେଁ ବର୍ଷ ତମାମ ଏହି ସଂଙ୍ଗଠନ ଦୁଃସ୍ଥ ଅସହାୟ ଲୋକଙ୍କ ସାହାଯ୍ୟ କରିଆସୁଛି। ରୋଗ ଶଯ୍ୟାରେ ପଡିଥିବା ଅନେକ ଦୁଃଖୀଙ୍କୁ ସାହାଯ୍ୟର ହାତ ବଢାଇଛି ଅନୁଗୁଳର ଏହି ‘ୟୁନିଟ ଦ ସର୍ଭ ଅଫ ଇଣ୍ଡିଆ’ ସଙ୍ଗଠନ।
ଆଗାମୀ ଦିନରେ କେହି ଥାଲେସେମିଆ ଶିଶୁ ମେଡିକାଲରେ ଯେପରି ରକ୍ତ ଅଭାବର ଶିକାର ନହୁଏ ଏଥିପାଇଁ ସଂଙ୍ଗଠନ ତାର ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବାକୁ ଚେଷ୍ଠା କରିବ ବୋଲି ସଙ୍ଗଠନର ପରିଚାଳକ ଜିତେନ୍ଦ୍ର ଦାସ ଓ ୟୁନିଟ୍ ପରିବାରର ମୁଖ୍ୟ କର୍ମକର୍ତ୍ତା ମାନସ ରଞ୍ଜନ ବେହେରା କହିଛନ୍ତି। ଏହା ସହିତ ଅନ୍ୟ ମାନେ ରକ୍ତଦାନ କରିବାବୁ ସଙ୍ଗଠନର ସଦସ୍ୟମାନେ ଅନୁରୋଧ କରିଛନ୍ତି ।