ଆତଙ୍କ ଖେଳାଇଛି ଅଜଣା ଜନ୍ତୁ, ଭୟରେ ଥରହର ଚାଷୀ
ସାଲେପୁର: ଆତଙ୍କ ଖେଳାଇଛି ଅଜଣା ଜନ୍ତୁ । ଭୟରେ ଥରହର ଲୋକେ । ଅଜଣା ଜନ୍ତୁ ଆତଙ୍କ ଯୋଗୁଁ ଏବେ ଚାଷୀ ମାନେ ମୁଣ୍ଡରେ ହାତ ଦେଲେଣି । ହଜାର ହଜାର ହେକ୍ଟର ଚାଷ ଏବେ ନଷ୍ଟ ହେବାକୁ ଲାଗିଲାଣି । ସାଲେପୁର ବ୍ଲକ୍ ତେନ୍ତୋଳ ବାରଗୋଡିଆ ପାଟପୁର ଆତୋଡା ଅଞ୍ଚଳ ରେ ଏବେ ଚାଷ ଜମିରେ ଏହି ଜନ୍ତୁ ପଶି ଫସଲ ଖାଇବା ସହ ନଷ୍ଟ କରିବା ଯୋଗୁ ଚାଷୀ ମାନେ ଏବେ ମୁଣ୍ଡରେ ହାତ ଦେଲେଣି ।
ରାତିରେ ଏହି ଅଜଣା ଜନ୍ତୁ ଆସୁଥିବା ବେଳେ ଚାଷୀ ମାନେ ଭୟରେ ପାଖକୁ ଯାଇ ପାରୁ ନାହାନ୍ତି । ମହାନଦୀପଠାର ଉର୍ବର ମାଟି ଯୋଗୁଁ ହଜାର ହଜାର ହେକ୍ଟର ଜମି ରେ ବିଭିନ୍ନ କିସମର ଚାଷ ହୋଇଥାଏ । ଧାନ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଚାଷ ହୋଇ ଥାଏ ଯାହା କଟକ ଜିଲ୍ଲା କାହିଁକି ବିଭିନ୍ନ ସ୍ଥାନରୁ ଏଠାକୁ ବେପାରୀ ମାନେ ଆସି ପରିବା ନେଇ ଥାଆନ୍ତି । ମାତ୍ର ତିନି ବର୍ଷ ହେବ ଏହି ଅଜଣା ଜନ୍ତୁ ପଶି ନଷ୍ଟ ଭ୍ରଷ୍ଟ କରୁଛନ୍ତି ଯାହା ଫଳରେ ଚାଷୀ ମାନଙ୍କ ମୁଣ୍ଡ ବିନ୍ଧୁଛି ।
ପ୍ରାୟ ଏକ ମାସ ଭିତରେ ଏହି ଅଜଣା ଜନ୍ତୁର ପ୍ରଭାବରେ ଆଳୁ , କଖାରୁ ଭଳି ପନି ପରିବା ସହ ଧାନ କିଆରୀ ନଷ୍ଟ କରି ଦେଉଛନ୍ତି ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହୋଇ ଗଲାଣି । ଏହି ଜନ୍ତୁ ଟିକୁ କେହି କେହି ଜଂଗଲୀ ବରାହ କହୁଥିବା ବେଳେ ଅନ୍ୟ କେହି ଜଙ୍ଗଲି ଜନ୍ତୁ କହିଛନ୍ତି । ପାଦ ଦୁଇଟି ବଡ଼ ବଡ଼ ପଡ଼ି ଥିବା ଲୋକେ କୁହନ୍ତି ତେବେ ଏକ କାଳୀନ ଦଳ ଦଳ ହୋଇ ଆସି ଫସଲ ନଷ୍ଟ କରୁଛନ୍ତି ବୋଲି କୁହନ୍ତି । ତେବେ ବନ ବିଭାଗ କିମ୍ଭ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।