ପାରଳାଖେମୁଣ୍ଡି : ଗଛରେ ଚଢ଼ି ପକ୍ଷୀଙ୍କୁ ଖାଇଗଲା ଅଜଣା ଜନ୍ତୁ

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବେବର୍ତ୍ତା ସାହିରେ ଅଜଣା ଜନ୍ତୁର ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ଏଠରେ ଏକ ନିମଗଛରେ ଜନ୍ତୁଟି ଚଢ଼ି ଆତଙ୍କ ସୃଷ୍ଟି କରିଥିଲା । ଗଛରେ ଥିବା ପକ୍ଷୀଗୁଡିକୁ ମାରି ସେମାନଙ୍କ ମୁଣ୍ଡର ଦହି୍‌ ଖାଇବା ସହ ବାକି ଅଂଶକୁ ତଳକୁ ଫିଙ୍ଗୁଥିଲା । ଏମିତିକି ପକ୍ଷୀ ବସାଗୁଡିକୁ ମଧ୍ୟ ଭାଙ୍ଗି ଦେଇଥିଲା ।

ଏହି ଜନ୍ତୁର ଆକ୍ରମଣରେ ନିମ୍ବ ଗଛରେ ବସା କରି ରହୁଥିବା ପକ୍ଷୀଗୁଡିକ ଶବ୍ଦ କରିବାରୁ ସେଠାରେ ଲୋକେ ଜମା ହୋଇଗଲେ । ବନ ବିଭାଗ କର୍ମଚାରୀଙ୍କୁ ମଧ୍ୟ ଖବର ଦିଆଗଲା । ସେମାନେ ଆସି ପହଞ୍ଚିବା ପରେ ଏହି ଜନ୍ତୁଟି ଗଛରେ ଲୁଚି ରହିଗଲା । ତାକୁ ସେମାନେ ଧରି ପାରିଲେ ନାହିଁ । ତେଣୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ତେବେ ଏହା କି ଜନ୍ତୁ ତାକୁ କେହି ଚିହ୍ନି ପାରୁ ନାହାନ୍ତି । ଏହା ଏକ ଶଳିଆପେତିନି ହୋଇପାରେ ବୋଲି ଅନୁମାନ କରାଯାଉଛି । ତିବ୍ଦତିଆନ କ୍ୟାଟ୍‌ ବୋଲି ମଧ୍ୟ କେହି କେହି କହୁଛନ୍ତି । ଏହାର ଚାରିଟି ଗୋଡ଼ ଏବଂ ଲାଞ୍ଜ ଖୁବ୍‌ ଲମ୍ବା । ସାମନା ଗୋଡ଼ ଦୁଇଟିକୁ ସେ ହାତ ଭଳି ବ୍ୟବହାର କରୁଛି । ସିଭେଟ୍‌ କ୍ୟାଟ୍‌ ବା ଭାଲିଆଖାଇ ବୋଲି କୁହାଯାଉଛି। ଏହି ଜନ୍ତୁ ମଣିଷ ପାଇଁ ମାରାତ୍ମକ ନୁହେଁ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।

 

 

Leave A Reply

Your email address will not be published.