ଭଦ୍ରକ ଜିଲ୍ଲା ମଥୁରାପୁର ଗାଁରେ ଅଜଣା ଜନ୍ତୁ ଆତଙ୍କ, ପୋଲିସ ଓ ବନବିଭାଗ ମିଳିତ ଭାବେ ଛାନଭିନ

ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ମଥୁରାପୁର ଗାଁରେ ଅଜଣା ଜନ୍ତୁ ଆତଙ୍କ। ଅଜଣାଜନ୍ତୁର ପାଦ ଚିହ୍ନ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ। ସକାଳେ ୨ଟି ଅଜଣା ଜନ୍ତୁ ଗାଁ ପାଖ ଦେଇ ଯାଇଥିବା କେନାଲ ନିକଟରେ ବୁଲୁଥିବା କିଛି ଲୋକ ଦେଖିଥିଲେ । ଏହାା ପ୍ରଘଟ ହେବା ପରେ ଲୋକମାନେ ଭୟଭୀତ ହୋଇ କବାଟ ବନ୍ଦ କରି ରହିଛନ୍ତି। ପାଦଚିହ୍ନଟି ବାଘର ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଖବର ପାଇ ପୋଲିସ ଓ ବନବିଭାଗ ମିଳିତ ଭାବେ ଘଟଣାର ଛାନଭିନ କରିଛନ୍ତି। ଅନେକ ଖୋଜାଖୋଜି ପରେ କୌଣସି ଜନ୍ତୁ ପାଇନଥିବା ବନବିଭାଗ କହିଛି।

 

Leave A Reply

Your email address will not be published.