କଟକ ନିଆଳି ଅଞ୍ଚଳରେ ପୁଣି ଅଜଣା ଜନ୍ତୁ ଆତଙ୍କ: ବାଘମରା ଗାଁରେ ୪ଟି ମେଣ୍ଢାଙ୍କୁ ଆକ୍ରମଣ

କଟକ : ପୁଣି ଅଜଣା ଜନ୍ତୁ ଆତଙ୍କ। କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୁଣି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ବାଘମରା ଗାଁର ବିରଞ୍ଚି ଦାସଙ୍କ ଗୁହାଳରେ ପଶି ୪ଟି ମେଣ୍ଢାଙ୍କୁ ଆକ୍ରମଣ କରିଛି। ପୂର୍ବରୁ ଗତ ୨ ତାରିଖରେ ୫ଟି ମେଣ୍ଢାଙ୍କୁ ମାରିଥିଲା ଅଜଣା ଜନ୍ତୁ। ଲାଗାତାର ଘଟି ଚାଲିଛି ଏଭଳି ଅଭାବନୀୟ ଘଟଣା।

ଗତ ୨ ବର୍ଷ ତଳେ ଅଜଣା ଜନ୍ତୁ ଆକ୍ରମଣରେ ଶହ ଶହ ମେଣ୍ଡା ମରିଥିଲେ। ଅନେକ ଚାଷୀ ସର୍ବସ୍ୱାନ୍ତ ହୋଇଥିଲେ। ଏବେ ପୁଣି ଅଜଣା ଜନ୍ତୁ ଆକ୍ରମଣ ଭୟ ଘାରିଛି। ଫୁଲନଖରା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ରାତ୍ର ପାଟ୍ରୋଲିଂ ପାଇଁ ବନ କର୍ମଚାରୀ ନିୟୋଜିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.