ବୌଦ୍ଧରେ ବୁଦା ମୂଳରୁ ଅଜଣା ଶବ ଠାବ, ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ହତ୍ୟା ସନ୍ଦେହ

ବୌଦ୍ଧ : ପୁରୁଣାକଟକ ଥାନା ଅନ୍ତର୍ଗତ ମଣିପୁର ପ୍ଲାଣ୍ଟେସନ ନିକଟରୁ ଯୁବକଙ୍କ ମୃତ ଦେହ ଠାବ । ଏକ ଧାରୁଆ ଅସ୍ତ୍ରରେ ପେଟ କାଟି ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ସୂଚନା ଅନୁଯାୟୀ
ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ମଣିପୁର ପ୍ଲାଣ୍ଟେସନ ଏକ ବୁଦା ମୂଳରେ ଏକ ଅଜଣା ଶବ ଦେଖିବାକୁ ମିଳିଛି । ସ୍ଥାନୀୟ କିଛି ଲୋକ ଛତୁ ଖୋଜିବାକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେବାରୁ ପାଖକୁ ଯାଇ ଶବଟିକୁ ଦେଖିବାକୁ ପାଇଥିଲେ ।
ତେବେ କୌଣସି ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କ ପେଟ କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେହିପରି ପାଖରେ ମଦ ବୋତଲ ପଡିଥିବା ସହ ହତ୍ୟା ପରେ ବୁଦା ମୂଳକୁ ମୃତଦେହ ଫିଙ୍ଗା ଯାଇଥିବା ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ 2-3 ଦିନ ହେବ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ର ଦୁଇରୁ ତିନିଦିନ ବିତିଯାଇଥିବା ଅନୁମାନ । ଘଟଣା ସ୍ଥଳରେ ପହଞ୍ଚି ପାରି ନାହିଁ ପୋଲିସ ।