ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ବାଦଗଡ଼ ଗ୍ରାମ ଠାକୁରାଣୀ ମନ୍ଦିର ନିକଟରୁ ଗତ ୨୬ ତାରିଖ ଦିନ ଅଜଣା ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ଏହି ଘଟଣାରେ ସ୍ଵାମୀ ସହ ଅନ୍ୟ ଜଣେ ଯୁବକକୁ ଗିରଫ କରିଛି ଶେରଗଡ଼ ପୋଲିସ। ମୃତକ ଧରାକୋଟ ଥାନା ଅଞ୍ଚଳ ଢଉଗାଁର ଲକ୍ଷ୍ମୀ ଓରଫ ଝୁମୁରିି ନାଇକ ବୋଲି ପରିଚୟ ମିଳିଛି ।
ମାଣିକପୁର ଅଞ୍ଚଳର ସ୍ୱାମୀଙ୍କ ସମ୍ପର୍କୀୟ ଭାଇଙ୍କ ସହ ଝୁମୁରିିର ପରକ୍ରିୟା ପ୍ରୀତିରୁ ସ୍ଵାମୀ ପିଣ୍ଟୁ ନାଇକ ଯୋଜନା ବଦ୍ଧ ଭାବେ ନିଛାଟିଆ ସ୍ଥାନକୁ ନେଇ ପଥର ଛେଚି ହତ୍ୟା କରିଥିଲା । ଏହି ଘଟଣାରେ ସେହି ଗାଁର ତୀର୍ଥ ନାଇକ ମଧ୍ୟ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଶେରଗଡ଼ ପୋଲିସ ପକ୍ଷରୁ ସୂଚନା ମିଳିଛି ।