ଦିଗପହଣ୍ଡି ଚାମୁଣ୍ଡା ମନ୍ଦିର ନିକଟ କାଜୁ ତୋଟାରୁ ଅଜଣା ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚାମୁଣ୍ଡା ମନ୍ଦିର ନିକଟ କାଜୁ ତୋଟାରୁ ଏକ ଗଳିତ ମୃତଦେହ ଠାବ । ମୃତଦେହଟି ବହୁ ଦିନ ହେଲା ପଡ଼ିଥିବା ଯୋଗୁଁ କେବଳ ଖପୁରୀ ଏବଂ କିଛି ହାଡ଼ ପଡିରହିଥିବା ଦେଖିବାକୁ ମିଳିଛି । ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହଟି ଏକ ମହିଳାଙ୍କ ବୋଲି ଜଣାପଡୁଛି ।
ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବୁଲି ଦେଖିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ କାଜୁ ତୋଟା ମଧ୍ୟକୁ ମହିଳା ଜଣକ କିପରି ଆସିଲେ ତାହା ରହସ୍ୟ ହୋଇ ରହିଥିବାବେଳେ, ଉଚିତ୍ ତଦନ୍ତ ପରେ ହିଁ ଜଣାପଡିବ ଏହା ସ୍ୱାଭାବିକ ମୃତ୍ୟୁ ନା ‘ ହତ୍ୟା ।
ଆହୁରି ପଢନ୍ତୁ: କେନ୍ଦୁକଟା ଛକରୁ ୨୪ କେଜି ଗଞ୍ଜେଇ ସହ କାର୍ ଜବତ, ଜଣେ ଗିରଫ