ବାଲିଗୁଡା: ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର,ହାତ ଗୋଡ଼ ବାନ୍ଧି ହତ୍ୟା କରି ପୋତିଦେଇଥିବା ସନ୍ଦେହ

ବାଲିଗୁଡା(କେନ୍ୟୁଜ୍):  ବାଲିଗୁଡା ଥାନା ରେବୀଙ୍ଗିଆ ଗାଁରେ ଚାଞ୍ଚଲ୍ୟ । ସ୍ଥାନୀୟ ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପରେ ହାତ ଗୋଡ଼ ବାନ୍ଧି ମାଟି ତଳେ ପୋତିଦେଇ ଥିବା ସନ୍ଦେହ କରାଯାଉଛି । ସନ୍ଧାନୀ କୁକୁର ସହାୟତାରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛନ୍ତି । ବାଲିଗୁଡା ଏସଡିଓପି ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମାଟି ତଳୁ ମୃତଦେହ ଉଦ୍ଧାର ପରେ ଫୋରେନସିକ ଲ୍ୟାବକୁ ପଠାଯାଇଛି। ଫେବୃଆରୀ ୨୨ ତାରିଖରେ ରେବୀଙ୍ଗିଆ ପଂଚାୟତ କୁଟିଗୁଡା ଗାଁର ଟିକୁନୁ ଗୌଡ଼ ଭୋଜି ଖାଇବାକୁ ଯାଇ ଫେରିନଥିଲେ । ଏ ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଥିଲା ।

ଆଜି ବୁଡ଼ାଗୁଡ଼ା ଜଙ୍ଗଲକୁ ମହୁଲ ସଂଗ୍ରହ ପାଇଁ କିଛି ସ୍ଥାନୀୟ ଲୋକ ଯାଇଥିବା ବେଳେ ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର ଦେଇଥିଲେ । ପରେ ଟିକୁନୁଙ୍କ ପରିବାର ଲୋକ ମୃତ ଦେହ ପୋତା ଯାଇଥିବା ସ୍ଥାନକୁ ଯାଇଥିଲେ । ମୃତ ଦେହରେ ବନ୍ଧା ଯାଇଥିବା ଗାମୁଛା ଓ ପିନ୍ଧିଥିବା ସାର୍ଟ ଦେଖି ଟିକୁନୁଙ୍କ ମୃତ ଦେହ ବୋଲି ଚିହିଁଥିଲେ । ସେପଟେ ଫୋରେନସିକ ରିପୋର୍ଟ ଓ ଡି.ଏନ.ଏ ରିପୋର୍ଟ ଆସିବା ପରେ ମୃତ ଦେହ ର ସନ୍ଧାନ ଜଣା ପଡିବ ବୋଲି ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ କହିଛନ୍ତି ।

Leave A Reply

Your email address will not be published.