ଯାଜପୁର: ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ): ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ବାରକଣା ଅଞ୍ଚଳରେ। ମୃତ ଯୁବକ ହେଲେ ନିକଟସ୍ଥ ଏଣ୍ଡଳବା ପଞ୍ଚାୟତ କଲାଣ୍ଡ ଗ୍ରାମର ମାଧବାନନ୍ଦ ପଲେଇଙ୍କ ୨୧ବର୍ଷର ପୁଅ ନନ୍ଦ ପଲେଇ। ଗତକାଲି ରାତିରେ ସେ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ତେବେ ଆଜି ସକାଳୁ ବାରକଣା ଗ୍ରାମର ହନୁମାନ ମନ୍ଦିର ପରିସରରେ ନନ୍ଦଙ୍କ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପରେ ଜେନାପୁର ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ଜେନାପୁର ପୋଲିସ ପହଂଚି ତଦନ୍ତ ଚଳାଇଛି। ବିଷକ୍ରିୟା ଯୋଗୁ ତାର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି। ସୂଚନା ଅନୁଯାୟୀ, ନନ୍ଦ ବାଙ୍ଗାଲୋରରେ ଏକ କମ୍ପାନୀରେ କାମ କରୁଥିଲେ। ତେବେ ୩ମାସ ହେବ ସେ ଘରକୁ ଫେରିଥିଲେ। କିଛି ଦିନ ହେବ କୌଣସି କାରଣରୁ ସେ ମାନସିକ ଅବସାଦରେ ରହୁଥିବା ଜଣାପଡିଛି।

Leave A Reply

Your email address will not be published.