ଝାରସୁଗୁଡ଼ା(କେନ୍ୟୁଜ୍) : ଝାରସୁଗୁଡ଼ା ଜିଲ୍ଲା ଏନଏଚ ୪୯ ଠୁଙ୍ଗିଆଡେରା ନିକଟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ବେଳପାହାଡ଼ ପୋଲିସ। ଏହି ବ୍ୟକ୍ତିଙ୍କର କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ପାଖରୁ ପୋଲିସ ୬ ହଜାର ୯ ଶହ ୫୫ ଟଙ୍କା ଜବତ କରିଛି । ମୃତ ବ୍ୟକ୍ତି ଜଣକ ଜଣେ ଡ୍ରାଇଭର ହୋଇଥିବା ସନ୍ଦେହ କରାଯାଉଥିବାବେଳେ ବେଳପାହାଡ଼ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Next Post