ବାରଙ୍ଗ : ମୁଣ୍ଡଳୀ ମହାନଦୀରେ ଭାସୁଛି ଅଜଣା ମୃତଦେହ । ବାରଙ୍ଗ ଥାନା ମୁଣ୍ଡଳୀ ବ୍ଯାରେଜର ୨ ନମ୍ବର ଗେଟ୍ ତଳେ ଏକ ଗଳିତ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ମୃତଦେହଟି ଜଣେ ଯୁବକଙ୍କ ବୋଲି ଜଣାପଡ଼ିଛି । ତେବେ ତାଙ୍କର ପରିଚୟ ଅସ୍ପଷ୍ଟ ରହିଛି । ଏହାପରେ ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଗୋଡ଼ିସାହି ଫାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ।
ଖବର ଅନୁଯାୟୀ, ଆଜି ସକାଳ ସମୟରେ ମୁଣ୍ଡଳୀ ବ୍ୟାରେଜର ଏକ ମୃତଦେହ ଭାସୁଥିବାର କିଛି ଲୋକ ଦେଖିଥିଲେ । ମୁହଁଟି ତଳକୁ ହୋଇ ପଡିରହିଥିବାରୁ ପରିଚୟ ମିଳିପାରିନାହିଁ । ହେଲେ ଏହା ଜଣେ ପୁରୁଷଙ୍କ ମୃତଦେହ ବୋଲି ଅନୁମାନ କରାଯାଉଛି । ସେପଟେ ଘଟଣାସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନଦୀରେ ବନ୍ୟା ଜଳ ଆସୁଥିବାରୁ ଏହି ମୃତଦେହଟି ଭାସି ଆସିଥିବା ଅନୁମାନ କରାଯାଉଛି । ଅଧିକ ଦିନ ଧରି ପାଣିରେ ମୃତଦେହଟି ପଡିଥିବାରୁ ଫୁଲି ଯିବା ସହ ପ୍ରବଳ ଦୁର୍ଗନ୍ଧ ମଧ୍ୟ ହେଉଛି ।
ଆହୁରି ପଢ଼ନ୍ତୁ : ଲଗାଣ ବର୍ଷାରେ ଭୁଶୁଡିଲା ଘରର କାନ୍ଥ: ନାବାଳକ ମୃତ, ୨ ଗୁରୁତର