ଏମାନଙ୍କ ସାହସକୁ ମାନିବାକୁ ପଡିବ, ଯୁବତୀଙ୍କ ମୃତ ଦେହକୁ ସ୍କୁଟିରେ ଆଣି ଫିଙ୍ଗି ଦେଇଗଲେ ଦୁଇ ଯୁବକ

ଯାଜପୁର(କେ ନ୍ୟୁଜ): ଯୁବତୀଙ୍କୁ ହତ୍ୟା ସନ୍ଦେହ । ହତ୍ୟା ପରେ ସ୍କୁଟିରେ ଆଣି ଦୁଇ ଜଣ ଯୁବକ ଫିଙ୍ଗି ଦେଇ ଚାଲିଗଲେ। ସିସି ଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରେ। ଆଜି ସକାଳ ୮.୩୦ରୁ ୯ଟା ସମୟରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ଯୁବତୀଙ୍କୁ ରାସ୍ତା କଡରେ ଫିଙ୍ଗି ଦେଇ ଚାଲିଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ କୁଆଖିଆ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ, କୁଆଖିଆ ଥାନା ଅଧିକାରୀ

jajpur cctv

ମନୋଜ କୁମାର ସ୍ୱାଇଁ, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ପ୍ରମୁଖ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି। ମୃତ ଯୁବତୀ ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ବୃନ୍ଦେଇ ପଶି ଅଂଚଳର ଝରାଫୁଲ ନାୟକ ବୋଲି ସୂଚନା ମିଳିଛି। ସେ ଭୁବନେଶ୍ୱର ରମାଦେବୀ କଲେଜର ଯୁକ୍ତ ୨ର ଛାତ୍ରୀ ବୋଲି ଜଣାପଡିଛି। ତେବେ ଘଟଣା ପଛର ରହସ୍ୟ ଜଣା ପଡିନଥିବା ବେଳେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.