ଅଜଣା ରୋଗର ଆତଙ୍କ ରାୟଗଡ଼ା, ଜଣେ ମୃତ ଓ ୧୩ ଆକ୍ରାନ୍ତ

ରାୟଗଡ଼ା (କେନ୍ୟୁଜ୍) : ଅଜଣା ରୋଗର ଆତଙ୍କ। କଲ୍ୟାଣସିଂହପୁରର ତାଡ଼ିଝୋଲା ଗାଁରେ ଅଜଣା ରୋଗରେ ଜଣେ ମୃତ, ୧୩ ଆକ୍ରାନ୍ତ। ଧମୁଣିପାଙ୍ଗ ପଞ୍ଚାୟତ ତାଡ଼ିଝୋଲା ଗାଁରେ ଗତ ସପ୍ତାହେ ହେଲା ଅଜଣା ରୋଗ ଆତଙ୍କ ଦେଖାଦେଇଛି । ଏଥିରେ କାନାକା କୁମୁଟାଡ଼ିଙ୍କର ମୃତ୍ୟୁ ଘଟିଛି । ଗାଁରେ ଆଶା କର୍ମୀ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି । ଖୁବ ଶୀଘ୍ର ଗାଁକୁ ଏକ ଡାକ୍ତର ଟିମକୁ ପଠାଯିବ। ଗୁରୁତରଙ୍କୁ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯିବ ବୋଲି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚିନ୍ମୟ ଲିମା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.