କରୋନା ମହାମାରୀଠୁ ବଳିଗଲା ଅଜଣା ରୋଗର କଷ୍ଟ, ରାୟଗଡ଼ା ଜିଲ୍ଲାରେ ୫ ଦିନରେ ୪ ମୃତ୍ୟୁ

କେନ୍ୟୁଜ(ବ୍ୟୁରୋ): କରୋନା ମହାମାରୀଠୁ ବଳିଯାଇଛି ଅଜଣା ରୋଗର କଷ୍ଟ । ରାୟଗଡ଼ା ସଦର ବ୍ଲକ୍‌ ସାନ ଚାନ୍ଦିଲି ଗାଁରେ ଅଜଣା ରୋଗ ଆତଙ୍କ ଖେଳାଇଛି । ଗତ ୫ ଦିନ ମଧ୍ୟରେ ମହିମା ସାହିର ୪ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆକ୍ରାନ୍ତ ଚିକିତ୍ସା ସୁବିଧା ନପାଇ ଘରେ ପଡ଼ିରହିଛନ୍ତି । ଗରୀବ ସୀମାରେଖା ତଳେ ବସବାସ କରୁଥିବାରୁ ଉଚ୍ଚଚିକିତ୍ସା ପାଇଁ ରାଜ୍ୟର ବଡ଼ ମେଡିକାଲକୁ ଯାଇପାରୁ ନାହାଁନ୍ତି । ଫଳରେ ଭୟରେ ଜୀବନ କାଟୁଛନ୍ତି ଲୋକେ ।

ଏମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବାକୁ କେହି ଆସୁନଥିବା ଅଭିଯୋଗ ହୋଇଛି । ଏପଟେ ଗାଁରେ ପରିମଳ ବ୍ୟବସ୍ଥା ଠିକ୍‌ ନଥିବାରୁ ଲୋକେ ଅସ୍ୱାସ୍ତିକର ପରିବେଶରେ ଜୀବିକା ନିର୍ବାହ କରୁଛନ୍ତି । ଏକ ଡାକ୍ତରୀ ଟିମ୍‌ ଗାଁକୁ ପଠାଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.