ବାଲେଶ୍ୱର ରଘୁନାଥପୁର ଗାଁରେ ଅଜଣା ରୋଗ ଆତଙ୍କ : ୫ ମୃତ, ୫ ଗୁରୁତର

ବାଲେଶ୍ୱର (କେ ନ୍ୟୁଜ୍) : ସଦର ବ୍ଳକ୍ ବାଇଁଚା ପଞ୍ଚାୟତ ରଘୁନାଥପୁର ଗାଁରେ ଅଜଣା ରୋଗ ଆତଙ୍କ ପରେ ଡାକ୍ତର ଟିମ ପହଞ୍ଚିଛି । ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏ ପର୍ୟ୍ୟନ୍ତ ଅଜଣା ରୋଗରେ ୫ ଜଣ ପ୍ରାଣ ହରାଇଥିବା ବେଳେ ଆଉ ୫ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆକ୍ରାନ୍ତଙ୍କୁ ବାଲେଶ୍ୱର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଲୋକେ ଭୟରେ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚିଛି । ସେପଟେ ସ୍ଥାନୀୟ ସାଂସଦ ଓ ବିଧାୟକ ଗାଁରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । କିଛି ଦିନ ତଳେ ଗାଁର ୩୦ ଜଣ ଶ୍ରମିକ ବେଙ୍ଗାଲୁରୁର ପଥର ଗୁଣ୍ଡ କାରଖାନାକୁ କାମ କରିବାକୁ ଯାଇଥିଲେ । ସେଠାରେ କିଛି ଦିନ କାମ କରିବା ପରେ ଧୂଳି ଧୂଷର ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା । ତେବେ ଚିକିତ୍ସା କରିବା ବଦଳରେ କମ୍ପାନୀ କର୍ତ୍ତୃପକ୍ଷ ଧମକ ଚମକ ଦେଇଥିଲେ । ପରେ କୌଶଳକ୍ରମେ ୧୦ ଜଣ ଶ୍ରମିକ ଖସି ଆସିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଅନ୍ୟ ୫ ଜଣ ଗୁରୁତର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.