ଟ୍ରକ୍‌କୁ ପିଟିଲା ଅଜଣା ଗାଡ଼ି; ଡ୍ରାଇଭରଙ୍କ ସମେତ ତାଙ୍କ ୩ ପୁଅ ଗୁରୁତର

ପୁରୁଣାକଟକ ଥାନା ଅନ୍ତର୍ଗତ ଲୁଣିବାହଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫୭ନମ୍ବର ଜାତୀୟ ରାଜପଥ ଉପରେ କଖାରୁ ବୋଝେଇ ଟ୍ରକକୁ ପିଟିଲା ଅଜଣା ଗାଡି । ଟ୍ରକ ଡ୍ରାଇଭର ସମେତ ତାଙ୍କର ୩ପୁଅ ଗୁରୁତର ।

ବୌଦ୍ଧ (କେନ୍ୟୁଜ): ପୁରୁଣାକଟକ ଥାନା ଅନ୍ତର୍ଗତ ଲୁଣିବାହଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫୭ନମ୍ବର ଜାତୀୟ ରାଜପଥ ଉପରେ କଖାରୁ ବୋଝେଇ ଟ୍ରକକୁ ପିଟିଲା ଅଜଣା ଗାଡି । ଟ୍ରକ ଡ୍ରାଇଭର ସମେତ ତାଙ୍କର ୩ପୁଅ ଗୁରୁତର । ଗୁରୁତରଙ୍କୁ ବୌଦ୍ଧ ଚିକିତ୍ସାଳୟକୁ ସ୍ଥାନାନ୍ତର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ପୁରୁଣାକଟକ ଥାନା ଅନ୍ତର୍ଗତ ଲୁଣିବାହଲ ନିକଟରେ ଏକ କଖାରୁ ବୋଝେଇ ଟ୍ରକକୁ ଧକା ଦେଇଥିଲା ଅଜଣା ଗାଡି । ଯାହାଫଳରେ ଟ୍ରକ ଡ୍ରାଇଭର ସମେତ ତାଙ୍କର ୩ ପୁଅ ଗୁରୁତର ଆହତ ହୋଇଥିଲେ । ପରେ ସ୍ଥାନୀୟ ଲୋକ ଚାରିଛକ ଦମକଳ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ପ୍ରାୟ ଗୋଟିଏ ଘଣ୍ଟା ପରିଶ୍ରମ କରି ଆହତଙ୍କୁ ଟ୍ରକରୁ ବାହାର କରିଥିଲା । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଛି । ଟ୍ରକଟି ନବରଙ୍ଗପୁରରୁ କଖାରୁ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା । ତେବେ ବର୍ତ୍ତମାନ ଘଟଣା ସ୍ଥଳରେ ପୁରୁଣାକଟକ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେହିପରି ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁହାଁ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକକୁ ଧକ୍କା ଦେଲା ଟିପ୍ପର । ଫଳରେ ଏକା ସଙ୍ଗେ ଚାଲିଗଲେ ବାପ ପୁଅଙ୍କ ଜୀବନ । ମୃତକ କଦ୍ୱୟ ହେଲେ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗ୍ରାମର ସଇନ୍ଦା ଜେନା ଓ ତାଙ୍କ ପୁଅ ମୁନା ଜେନା ।ଉଭୟ ଗତକାଲି ବିଳମ୍ବିତ ରାତିରେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ବରୁହାଁ ଛକ ନିକଟରେ ଏକ ଟିପ୍ପର ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।