ଘଟଗାଁ ଅନସବାହାଳି ଜଙ୍ଗଲରେ ମାଈ ହାତୀର ସନ୍ଦେହ ଜନକ ମୃତ୍ୟୁ

ଘଟଗାଁ(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ଡା ପଞ୍ଚାୟତ ଅସନବାହାଳି ଗ୍ରାମ ଜଙ୍ଗଲର ଏକ ନାଳ ନିକଟରେ ୧୫ ରୁ ୧୬ ବର୍ଷ ବୟସରେ ଏକ ମାଈ ହାତୀର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ତେବେ ଖବର ପାଇବା ପରେ ଘଟଗାଁ ରେଞ୍ଜର ଅଶୋକ କୁମାର ନାୟକ ବନ କର୍ମଚାରୀ ମାନଙ୍କ ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ବେଳେ ବନ ବିଭାଗର ଉଚ୍ଚ କତ୍ତୃପକ୍ଷ ଆସିବା ପରେ ବ୍ୟବଛେଦ କରାଯିବ ବୋଲି କହିଛନ୍ତି। ଘଟଗାଁ ବ୍ଲକ ଅଞ୍ଚଳ ହାତୀ ମାନଙ୍କ ପାଇଁ ଅସୁରକ୍ଷିତ ହୋପଡିଥିବା ବେଳେ ଟ୍ରେନ ଧକ୍କାରେ ମୃତ ବରଣ କରିବା ଠାରୁ ଆରମ୍ଭ କରି ପଥର ଚତୁରୀରୁ ଖସି ହାତି ମରିବା ,ଜଙ୍ଗଲରେ ଖାଦ୍ୟାଭାବ ମୃତ୍ୟୁ ଘଟଣାରେ ଏଜାବତ ୫ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଅସନବାହଳୀ ଗ୍ରାମ ଜଙ୍ଗଲରେ ୧୩ଟି ହାତୀ ଥିବା ଜଣାପଡିଛି ।