ବରଗଡ଼ ଧନୁଯାତ୍ରାର କିଛି ଅଜଣା କଥା

ଆଜି ଶେଷ ହେଉଛି ବରଗଡ଼ ଧନୁଯାତ୍ରା । ୧୧ ଦିନ ଧରି ଏହି ଯାତ୍ରା ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲେ । ରାଜ୍ୟ ତଥା ଦେଶ ବିଦେଶରୁ ପର୍ଯ୍ୟଟକ ଛୁଟି ଆସନ୍ତି କଂସଙ୍କ ରାଜୁତି ଓ କୃଷ୍ଣଲୀଳା ଦେଖିବାକୁ । ଆସନ୍ତୁ ଜାଣିବା ଏହି ଧନୁଯାତ୍ରା ବିଷୟରେ କିଛି ବିଶେଷ କଥା ।
୧-ବରଗଡ଼ ଧନୁଯାତ୍ରାରେ ଅଭିନୟ କରୁଥିବା ବିଭିନ୍ନ କଳାକାରଙ୍କୁ ସ୍ୱତନ୍ତ୍ର ଭାବେ ଚୟନ କରାଯାଏ । ତେବେ ନାଟକ ମଞ୍ଚସ୍ଥ ହେଲା ବେଳେ ସ୍ଥାନୀୟ ଗାଁ ଲୋକେ ମଧ୍ୟ ଅଭିନୟରେ ଭାଗ ନେଇଥାନ୍ତି ।

DHANU JATRA-2୨-ଧନୁଯାତ୍ରା ଚାଲିଥିବା ବେଳେ ଗୋପପୁର ପାଲଟୁଥିବା ଅମ୍ବାପାଲି ଗାଁ ଲୋକେ ଆମିଷ ଖାଇବା ଛାଡ଼ି ଦିଅନ୍ତି ।
୩-ଦ୍ୱାପର ଯୁଗର ଏହି କାହାଣୀ ପ୍ରତିଦିନ ଅପରାହ୍ନରୁ ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଭିନୀତ ହୁଏ । ତେବେ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଭୋର ଯାଏ ଚାଲେ ।
୪-ଦ୍ୱାପର ଯୁଗର କଂସ ରାଜା ଅନ୍ୟାୟକୁ ପ୍ରଶ୍ରୟ ଦେଇଥିଲେ । ପ୍ରଜା ତାଙ୍କୁ ଭୟ କରୁଥିଲେ । ହେଲେ ଏଇ ଧନୁଯାତ୍ରାର କଂସ ମହାରାଜା ନ୍ୟାୟ କରନ୍ତି । ଲୋକେ ତାଙ୍କୁ ସମ୍ମାନ କରନ୍ତି ।
୫-ଲୋକଙ୍କ ପାଇଁ ନ୍ୟାୟ କରୁଥିବା ସତ୍ତ୍ୱେ କଂସ ମହାରାଜ ନିଜର ଶତ୍ରୁ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଯେଉଁ ଷଡ଼ଯନ୍ତ୍ର କରନ୍ତି, ସେ ପାପ ଧୋଇବାକୁ ପୁରୀ ଆସି ମହୋଦଧିରେ ସ୍ନାନ କରିଥାନ୍ତି ।