ଯାଜପୁରରେ ଅଜଣା ପୋକ ଆତଙ୍କ, ସନ୍ଧ୍ୟା ହେଲେ ରାସ୍ତାରେ ଯିବାକୁ ଡରୁଛନ୍ତି ଲୋକେ

ଯାଜପୁର ଟାଉନ : ଯାଜପୁରରେ ଅଜଣା ପୋକ ଆତଙ୍କ ।  ସନ୍ଧ୍ୟା ହେଲେ ଅସ୍ତବ୍ୟସ୍ତ ଜନଜୀବନ ।  ରାସ୍ତାରେ ଯିବାକୁ ଡରୁଛନ୍ତି ଲୋକ ।  ଯାଜପୁର ସଦର ଥାନା ଖରସ୍ରୋତା ବ୍ରିଜ୍ ଉପରେ ଅଜଣା ପୋକ ଯୋଗୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ସନ୍ଧ୍ୟା ହେଲେ ବ୍ରିଜ ଉପରକୁ ମାଡି ଆସୁଛନ୍ତି ଅଜଣା ପୋକ। ଫଳରେ ବାଇକ ଓ କାର୍ ନେବା କଷ୍ଟକର ହୋଇପଡୁଛି। ଏପରିକି ପୋକ ପାଇଁ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି ।  ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ ।  ପ୍ରଶାସନ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

Also read :ବାଟୋଇଙ୍କୁ ଧକ୍କା ଦେଲା ବାଇକ, ଦୁଇ ମୃତ