ଜମି ବିବାଦକୁ ନେଇ ନିସ୍ତୁକ ମାଡ଼, ବିଧବା ମହିଳାଙ୍କ ସହ ପୁଅ-ବୋହୂଙ୍କୁ ଗଛରେ ବାନ୍ଧି ପିଟିଲେ ଦୁର୍ବୃତ୍ତ

କାଲିମେଳା(କେନ୍ଯୁଜ୍): ଜମି ବିବାଦକୁ ନେଇ ବିଧବା ଏବଂ ତାଙ୍କ ପରିବାରଙ୍କୁ ନିସ୍ତୁକ ମାଡ଼ । ମାଲକାନଗିରି ଜିଲ୍ଲାର Mpv-10 ଗ୍ରାମର ଜଣେ ବିଧବା ମହିଳା ସେଫାଳି ବିଶ୍ୱାସଙ୍କ ନିଜସ୍ୱ ପଟା ଜମିରେ ଉକ୍ତ ଗ୍ରାମର ବିଜନ ମଜୁମଦର ଏବଂ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତ ପସି ଚାଷ କରୁଥିଲେ । ଏହା ଦେଖି ସେଫାଳି ଏବଂ ତାଙ୍କ ପୁଅ-ବୋହୂ ବିରୋଧ କରିଥିଲେ । ପରେ ବିରୋଧ କରିବାକୁ ନେଇ ବିଜନ ଏବଂ ତାଙ୍କ ଭାଇମାନେ ମିଶି ସେଫାଳିଙ୍କ ପରିବାରକୁ ପ୍ରଥମେ ଜମିରେ ଗୋଡେଇ ଗୋଡେଇ ପିଟିବା ପରେ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ସେଫାଳିଙ୍କ ପରିବାର ତରଫରୁ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ କାଲିମେଳା ଥାନା ଭାରପ୍ରାପ୍ତଅଧିକାରୀ ତହସିଲଦାରଙ୍କୁ ଏକ ଚିଠି ଲେଖାଯିବା ପରେ ପ୍ରକୃତରେ ଜମି କେଉଁ ବ୍ୟକ୍ତିଙ୍କ ନାମରେ ଅଛି ତାହାପରେ ଜଣାଯିବ କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.