ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବେଲପଡା ମୁଖ୍ୟରାସ୍ତା ଭରୁଆମୁଣ୍ଡା ଆଦର୍ଶ ବିଦ୍ୟାଳୟ ନିକଟରେ ବାଇକକୁ ଦେଲା ଅଜଣାଗାଡି l ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ଦୁର୍ଘଟଣା ଘଟାଇବା ପରେ ଧକ୍କା ଦେଇଥିବା ଗାଡି ଫେରାର ମାରିଥିବା ବେଳେ ମୃତଦେହ ଦୁଇଟି ରାସ୍ତାରେ ପଡ଼ିରହିଛି l ମୃତକ ଦୁଇଜଣଙ୍କ ପରିଚୟ ମିଳି ପାରିନଥିବା ବେଳେ ବେଲପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି l