ରାଉରକେଲାରେ ୧୧ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ରାଉରକେଲା : ରାଉରକେଲାରେ ୧୧ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ । ରାଉରକେଲା ସରକାରୀ ଡାକ୍ତରଖାନାରେ ଦିନ ପ୍ରାୟ ଗୋଟାଏରୁ ସନ୍ଧ୍ୟା ୮ଟା ମଧ୍ୟ ରେ ୧୧ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି । ସହରର ବିଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ପହଞ୍ଚିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଷ୍ଟମର୍ଟମ ପରେ କେଉଁ କାରଣରୁ ମୃତ୍ୟୁ ହୋଇଛି ଜଣାପଡିବ ବୋଲି କହିଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ଡ଼ାକ୍ତର ସୁଧାରାଣୀ ପ୍ରଧାନ । ହିଟ୍ ଓ୍ବେଭ ଯୋଗୁଁ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଥିଲେ ମଧ୍ୟ ପୋଷ୍ଟମର୍ଟମ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ହେବ ।