ସୁନ୍ଦରଗଡ଼(କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲାରେ ଅସ୍ବାଭାବିକ ମୃତ୍ୟୁ । ଏହି ଘଟଣାରେ ଚାଲିଛି ପୋଷ୍ଟମର୍ଟମ। ଜିଲ୍ଲାରେ୧୬ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ଏହି ମୃତ୍ୟୁର କାରଣ ଅଂଶୁଘାତ ବୋଲି ସନ୍ଦେହ କରାଯାଉଥିଲା। ଏହା ଅଂଶୁଘାତ ବା ଅନ୍ୟ କିଛି ତାହା ଜାଣିବାକୁ ପୋଷ୍ଟ ମର୍ଟମ ହେଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ମୃତ୍ୟୁର ପ୍ରକୃତ କାରଣ କଣ ?
ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ୧୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ରାଉରକେଲା ହସ୍ପିଟାଲରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି।
ସେହିଭଳି ରାଉରକେଲା ହସ୍ପିଟାଲରେ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିରେ ଅନ୍ୟ ଜିଲ୍ଲା ଏବଂ ଝାଡ଼ଖଣ୍ଡର ଲୋକଥିବା ସୂଚନା ରହିଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭେଲୀ ସ୍ଥିତି ସମୀକ୍ଷା କରିଛନ୍ତି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ରାଉରକେଲା ସରକାରୀ ଡାକ୍ତରଖାନା ର ଅଧିକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି।