ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଏବେ ଅଦିନିଆ ବର୍ଷା କନ୍ଦାଉଛି…
ସୋରଡା: କାଲିଠୁ ପୁଣି ବର୍ଷା । ଡିସେମ୍ବର ୨୪ ଓ ୨୫ ତାରିଖରେ ରାଜ୍ୟରେ ପୁଣି ବର୍ଷା ହେବ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ । ବର୍ଷା ସାଙ୍ଗକୁ କଲବଲ କରିବ ଘନ କୁହୁଡି। ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା କହିଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନୀ ଡକ୍ଟର ଉମାଶଙ୍କର ଦାସ । ଆକାଶ ମେଘୁଆ ସାଙ୍ଗକୁ ବର୍ଷା ହେବ। ରାଜ୍ୟରେ ଗତ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି । କିଛି ସ୍ଥାନରେ ଧାନ ଗଜା ହେବା ଆଶଙ୍କା ରହିଛି । ଆଉ ଯାହା ଅଛି ଆଗାମୀ ଲଘୁଚାପ ବର୍ଷା ଉଜାଡି ଦେବ ବୋଲି କହିଛନ୍ତି ଚାଷୀ । ଏପେଟ ରାଜ୍ୟରେ ବର୍ଷା ଛାଡିବା ପରେ ଶୀତ ଫେରିଛି । ରାତି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।
ଏପଟେ ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଯାହା ଫଳରେ ଧାନ ଫସଲ ନଷ୍ଟ ହୋଇଗଲା । ଆଉ ଏବେ ବର୍ଷାର ଆବଶ୍ୟକ ନ ଥିବାବେଳେ ବର୍ଷା ହୋଇ ସବୁ ପରିବା ଫସଲ ନଷ୍ଟ କରୁଛି । ଯାହାଦ୍ୱାରା ବର୍ତମାନ ଚାଷୀ ହତାସ । ଏହି ପରିସ୍ଥିତି ରେ ସେ କରିବ କଣ? ନିଜେ କଣ ଖାଇବ ପରିବାରର ପେଟରେ ଦାନା କେମିତି ଦେବ? ଧାର ଉଧାର କରି ଚାଷ କରିଥିଲା । ଏବେ ସେଇ ଟଙ୍କା ସୁଝିବ କିପରି? ସେହି ଚିନ୍ତାରେ ।
କଥା ହେବା ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକରେ ଥିବା ଚାଷୀ ବିଷୟରେ । ଏଠାରେ ଅଧିକାଂଶ ପରିବାର ଚାଷ ଉପରେ ନିର୍ଭର କରିଥାନ୍ତି । କେଉଁ ଚାଷୀ ଭାଗ ଚାଷ କରିଥାଏ ତ କିଏ ନିଜ ଜମିରେ ଚାଷ କରିଥାଏ । ଏହି ବର୍ଷ ବର୍ଷା ଦିନେ ବର୍ଷାର ଅଭାବ ହେଲା । ଯାହା ଫଳରେ ଧାନ ଚାଷ ପାଇଁ ପାଣିର ଅଭାବ ଦେଖାଦେଲା । ଯାହା ଖର୍ଚ୍ଚ କରିଥିଲେ ତାହା ପୁଣି ଆଦାୟ କରିବା ମୁସ୍କିଲ ହୋଇଗଲା । ତେଣୁ ଚାଷୀ ପରିବା ଚାଷରେ ସେହି କ୍ଷତି ପୂରଣ କରିବା ପାଇଁ ପରିବା ଚାଷ କଲା । ବିଶେଷ କରି ଟମାଟୋ, ଫୁଲକୋବି, ବନ୍ଧାକୋବି, ବିନ୍ ଚାଷ କରିଥିଲା ।
ଏହି ଅଞ୍ଚଳରେ ୨୦ହଜାର ହେକ୍ଟରରୁ ଅଧିକ ଜମିରେ ଚାଷୀ ପରିବା ଚାଷ କରିଛନ୍ତି । ଧାର ଉଧାର କରି ବିହନ, ସାର କରି ନିଜ ପରିବାରକୁ କ୍ଷେତରେ ଲଗାଇ ପରିବା ଲଗାଇଥିଲା । କିନ୍ତୁ ଦଇବ ତାହା ଛଡାଇ ନେଲା । ଅଦିନିଆ ତିନି ଦିନ ବର୍ଷା ସବୁ ଚାଷୀର ପରିବା ଖନ୍ଦକୁ ନଷ୍ଟ କରିଦେଲା । ସବୁଠାରୁ ଟମାଟୋ ଓ ଫୁଲକୋବି ଅଧିକ ପରିମାଣରେ ନଷ୍ଟ ହୋଇଗଲା । କ୍ଷେତରେ ପୋଚା ଟମାଟୋ ପଡିଛି ଚାଷୀ କ୍ଷେତକୁ ଦେଖି ଆଖିରୁ ଲୁହ ଗଡାଉଛି । ଚାଷୀର ମେରୁଦଣ୍ଡ ଭାଙ୍ଗି ପଡିଛି । ଅଦିନିଆ ବର୍ଷା ଦାଉ ସାଜିଛି ଚାଷୀକୁ ।
ଏହି ସମୟରେ ଚାଷୀର ଟମାଟ ନେବା ପାଇଁ ଗ୍ରାମ ଗୁଡିକରେ କୋଡିଏ ରୁ ୨୫ ଗାଡି ଲାଗିଥାଏ । ସଦାରଣ ଗେଞ୍ଜା ,କୋତିବାଡି ,ବାଖରା , ପେରଜୁ ,ସାମନ୍ତରାପଲ୍ଲୀ ,କୈଳାସପୁର ,ବଞ୍ଜର ,ହାତିଗୋଡା , ମୂଳିଆପଲ୍ଲୀ ,ପାଳକାଟୁ ,ଗୋଛା ,ଭଳି ଅନେକ ଗ୍ରାମରେ ଚାଷୀ ଅଧିକ ଟମାଟୋ ଚାଷ କରିଥାନ୍ତି । ଏହି ସମୟରେ ଚାଷୀର ମନ ଭାରି ଖୁସି ଥାଏ । କାରଣ କଷ୍ଟ କରି କ୍ଷେତରେ ସୁନା ଫଳାଇଥାଏ, କିନ୍ତୁ ସେହି ଚାଷୀ ଆଜି ଆଖିରୁ ଲୁହ ଗଡାଉଛି । ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମି ରହିଛି । ଏବେ ଏଭଳି ସ୍ଥିତିରେ ପ୍ରଶାସନର ହାତକୁ ଚାହିଁ ବସିଛି ଚାଷୀ କିଛି ସାହାଯ୍ୟ ପାଇବାକୁ ।