ରାଜ୍ୟ

ଅଦିନିଆ ମେଘ ହେଲା କାଳ, ମଣ୍ଡିରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

ସୁବର୍ଣ୍ଣପୁର: କେତେ ପରିଶ୍ରମ କରି ଧାନ ଚାଷ କରିଥିଲେ ଚାଷୀ । ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର କରିବେ। ହେଲେ ସେସବୁ ଆଶା ତାଙ୍କର ଆଶାରେ ରହିଗଲା । ମଣ୍ଡିରେ ବର୍ଷାରେ ଭିଜିଲା ଧାନ। ନିଜ କଷ୍ଟ ଉପାର୍ଜିତ ଧାନ ମଣ୍ଡିରୁ ଉଠିଲା ନାହିଁ । ବର୍ଷା ପାଣିରେ ଧାନ ଭିଜିବା ପରେ କଟ୍‌ନି ଛଟ୍‌ନିକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ।

ଭଲକରି ଦେଖନ୍ତୁ ଏଇ ଦୃଶ୍ୟକୁ । ଖୋଲା ଆକାଶ ତଳେ ପ୍ୟାକ୍ସ ସମ୍ମୁଖରେ ଗଦା ହୋଇଛି ହଜାର ହଜାର ପେକେଟ ଧାନ ବସ୍ତା । ଅଦିନିଆ ବର୍ଷାରେ ଏହି ଧାନ ସବୁ ଭିଜି ନଷ୍ଟ ହୋଇଛି । ଏଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଲାପଥର ମଣ୍ଡିରେ ହୋଇଛି ଏଭଳି ଅବସ୍ଥା । ଚାଷୀ ଯେଭଳି ତାର ରବିଋତୁର ଉପାଦିତ ଧାନକୁ ସରକାରୀ ମଣ୍ଡିରେ ବିକ୍ରୀକରି ସରକାରୀ ଦେୟ ପାଇପାରିବ ସେନଇ ଗାଁ ଗାଁରେ ମଣ୍ଡି ଖୋଲାଯାଇଛି । ହେଲେ ଏଠାରେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଧାନ ସାଇତି ରଖିବା ପାଇଁ ମଣ୍ଡିରେ ନାହିଁ ବ୍ୟବସ୍ଥା । ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର କୁ୍ୟିଣ୍ଟାଲ ଧାନ । ଫଳରେ ରବି ଋତୁରେ ଅଦିନିଆଁ ମେଘ ଚାଷିଙ୍କ ପାଇଁ କାଳ ହୋଇଛି । କଳାପଥର ମାଁ କାଳେଶ୍ଵରୀ ସ୍ଵୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଧାନକ୍ରୟ କରାଯାଉଥିବା ବେଳେ ଚାଷି ଧାନ ବିକ୍ରୀ କରିବାକୁ ମଣ୍ଡିକୁ ଆଣିଛନ୍ତି । ଆଜକୁ ସାତ ଆଠ ଦିନ ହେବ ମଣ୍ଡିକି ମିଲର୍ସ ଆସୁ ନଥିବାରୁ ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତାଧାନ । କେବେ ଧାନ ବିକ୍ରି ହେବ ଚାଷୀ ସାଉ ସାହୁକାର ଋଣ ପରିଶୋଧ କରିବ ସେଇ ଚିନ୍ତାରେ ଥିବା ବେଳେ ତୁରନ୍ତ ମିଲର୍ସ ଗାଡି ପଠାଇ ଚାଷିଙ୍କ ଧାନ କ୍ରୟ କରିବାକୁ ଦାବି ହୋଇଛି । ସେପଟେ ଧାନ କ୍ରୟ ଠିକ୍ ଠାକ ଚାଲିଛି ବୋଲି ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ କହିଛନ୍ତି ।

କଳାପଥର ମାଁ କାଳେଶ୍ଵରୀ ସ୍ଵୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଧାନକ୍ରୟ କରାଯିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ୬ ହଜାର ୫ଶହ ୬୮ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ରହିଥିଲା । ସେଥି ମଧ୍ୟରୁ ୩ ହଜାର ୭ଶହ ୬୧ କ୍ୱିଣ୍ଟାଲ ଧାନ କ୍ରୟ ସରିଛି । ଆହୁରି ୨ ହଜାର ୮ଶହ ୬କ୍ଵିଣ୍ଟାଲ ଧାନ କ୍ରୟ ପାଇଁ ବାକି ରହିଛି । ଏଥିପାଇଁ ୧୬୩ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜିକରଣ କରିଥିବା ବେଳେ ୮୩ ଜଣ ଚାଷି ଧାନ ବିକ୍ରୀ କରିସାରିଛନ୍ତି । ଆହୁରି ୮୦ ଜଣ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି । ଆଗକୁ ବର୍ଷା ଦିନ କିଭଳି ଧାନ ବିକ୍ରୀ ହେବ ସେହି ଚିନ୍ତାରେ ରଗିଛନ୍ତି ଏଠିକାର ଚାଷୀ । ଖାଲି ସେତିକି ନୁହେଁ ଉଫୁଲା ପ୍ୟାକରେ ମଧ୍ୟ ସମାନ ସ୍ଥିତି । ଚାଷି ପିଣ୍ଡି ଉପରେ ରଖିଥିବା ଧାନ ବର୍ଷାରେ ଭିଜି ନଷ୍ଟ ହୋଇଯାଇଥିବାରୁ ଚିନ୍ତାରେ ଚାଷି । ଗତ କିଛି ଦିନ ହେବ ପେକସ୍କକୁ କୌଣସି ମିଲର୍ସ ଆସୁ ନଥିବାରୁ ଧାନ ବିକ୍ରୀ ହୋଇ ନପାରି ପଡି ରହିଛି । ସେପଟେ ଚାଷୀଙ୍କ ପାଇଁ ପିଣ୍ଡି କରାଯାଇ ଅସ୍ଥାୟୀ ଭାବେ ତାରପୋଲି ଢାଙ୍କି ଥିଲେ ମଧ୍ୟ ସେସବୁ କାଳବୈଶାଖି ପ୍ରଭାବରେ ଭାଙ୍ଗି ଯାଇଛି । ଫଳରେ ପାଣିରେ ଚାଷୀଙ୍କ ଧାନ ଭିଜି ଯାଇଛି । ତୁରନ୍ତ ସ୍ଥାୟୀ ଗୋଦାମ ଗୃହ କରାଯିବା ସହ ରବି ଋତୁର ଧାନ ଶିଘ୍ର କ୍ରୟ କରିବାକୁ ଚାଷୀ ଦାବୀ କରିଛନ୍ତି ।

 

Sasmita

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

54 seconds ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

32 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

35 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

38 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

44 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

59 mins ago