ଅଦିନିଆ ବର୍ଷାରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର: କେତେ ପରିଶ୍ରମ କରି ଧାନ ଚାଷ କରିଥିଲେ ଚାଷୀ । ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର କରିବେ । ହେଲେ ସେସବୁ ଆଶା ତାଙ୍କର ଆଶାରେ ରହିଗଲା । ବର୍ଷାରେ ଭିଜିଲା ଧାନ । ବର୍ଷା ପାଣିରେ ଧାନ ଭିଜିବା ପରେ କଟ୍‌ନି ଛଟ୍‌ନିକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ।

ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ବିଶେଷକରି ଉପକୂଳ ଓଡ଼ିଶାରେ ବଦଳିଛି ପାଗ । ଏଥର ଶୀତ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା କମ୍ ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି । ତେବେ ଗତକାଲି ବର୍ଷା ହେବା ଫଳରେ ଚାଷୀଙ୍କ ଧାନ ସବୁ ଭିଜି ଯାଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ । ଜରିପାଲ ଢାଙ୍କି ରଖିଥିବା ଧାନ ସବୁ ଭିଜି ଯାଇଛି ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଛି ।

ସେପଟେ ଏ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକରେ ଧାନ ମଣ୍ଡି ଖୋଲି ନଥିବାରୁ ଚାଷ କେଉଁଠି ଧାନ ବିକ୍ରି କରିବେ ସେନେଇ ଚିନ୍ତାରେ ରହିଛନ୍ତି । ପାଣି ପାଗ ବିଭାଗର ସୂଚନା ଅନୁସାରେ ଆଜି ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ସେଇଥିପାଇଁ ଚାଷୀ ଖଳାରେ ଧାନ ସବୁ ଜରିପାଲ ଦେଇ ଘୋଡାଇ ରଖିଥିବା ବେଳେ ଅମଳ ସମୟରେ ଅଦିନ ମେଘ ଚାଷୀଙ୍କ ପାଇଁ କାଳ ହୋଇଛି ।

ତେବେ ନଭେମ୍ବର ଯାଇ ଡିସେମ୍ବର ପ୍ରଥମ ସପ୍ତାହ ସରିଗଲାଣି । ହେଲେ ରାଜ୍ୟରେ ଶୀତର ଦେଖା ନାହିଁ । ପ୍ରତିବର୍ଷ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବାବେଳେ ଚଳିତବର୍ଷ ଉଭାନ ହୋଇଯାଇଛି । ଅନ୍ୟପଟେ କଟକ ଓ ଭୁନନେଶ୍ୱରରେ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର ଏବଂ ଭଦ୍ରକରେ କୋହଲା ପାଗ ରହିଥିବା ସୂଚନା ମିଳିଛି । ତେବେ ଅଦିନିଆ ମେଘ ହୋଇଛି କାଳ । ପାଣିରେ ଭିଜି ଯାଇଛି ଚାଷୀଙ୍କ ଧାନ । ତୁରନ୍ତ ସୁବର୍ଣ୍ଣପୁର ଜିଲ୍ଲାର ସବୁ ବ୍ଲକରେ ଧାନମଣ୍ଡି ଖୋଲିଗଲେ ଚାଷୀ ଧାନ ବିକ୍ରି କରିପାରନ୍ତେ ବୋଲି ମତ ପ୍ରକାଶ କରିଛନ୍ତି ଚଷୀ ।

ଆହୁରୀ ପଢନ୍ତୁ: ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା, ଏଥରକ ମଧ୍ଯ ପୂର୍ବ ବର୍ଷ ଅପେକ୍ଷା କମ ରହିବ ଶୀତ : ଆଇଏମଡି ଡିଜି