ଯାଜପୁର (କେ ନ୍ୟୁଜ୍) : ଯାଜପୁର ଜିଲ୍ଲା ବଡ଼ଚଣା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଉପାସନା ପାତ୍ର । ଉପାସନା ଗୋପାଳପୁର ସମିତିସଭ୍ୟ ଉପନିର୍ବାଚନରେ ବିପୁଳ ଭୋଟ୍ରେ ବିଜୟ ଲାଭ କରିଥିଲେ । ତେବେ ଖାଲି ପଡ଼ିଥିବା ପଞ୍ଚାତ ସମିତି ଉପାଧ୍ୟକ୍ଷ ପଦବି ପାଇଁ ସେ ନିଦ୍ଦ୍ଵର୍ନ୍ଦ୍ୱରେ ନିର୍ବାଚନିତ ହୋଇଛନ୍ତି । ନିର୍ବାଚିତ ହେବା ପରେ ଉପାସନାଙ୍କୁ ବଡ଼ଚଣା ବିଜେଡି ଦଳ ପକ୍ଷରୁ ସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ଅମର ପ୍ରସାଦ ଶତପଥୀ ଉପସ୍ଥିତ ଥିଲେ ।
ପଞ୍ଚାୟତ ସମିତିରେ ଥିବା ବିଭିନ୍ନ ସମସ୍ୟାର ଦୂରୀକରଣ ଏବଂ ଲୋକଙ୍କ ପାଇଁ କାମକୁ ଅଗ୍ରାଧିକାର ଦେବେ ବୋଲି ଏହି ଅବସରରେ ଉପାସନା କହିଛନ୍ତି । ଏହା ସହିତ ବିଜେଡି ଦଳ ଲୋକଙ୍କ ସହିତ ଥିବାରୁ ତାଙ୍କୁ ସମର୍ଥନ ମିଳିଛି । ଏଥିପାଇଁ ସେ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି ।