ରଥଖଳା ଚଳଚଞ୍ଚଳ: ତିନି ରଥର ଉଠିଲା ଚାରି ନାହାକା

ଆଜି ତିନି ରଥର ଚାରି ନାହାକା ଉଠିଲା । ସ୍ନାନପୁର୍ଣ୍ଣିମା ପୂର୍ବରୁ ଏହି ୪ ନାହାକା ଉଠାଯାଇଛି। ଯଥାରୀତି ଅନୁସାରେ ଭୋଇ ସେବାୟତଙ୍କ ଦ୍ୱାରା ଏହି ନାହାକା କାମ ସମ୍ପାଦନ କରାଯାଇଛି ।

ପୁରୀ (କେନ୍ୟୁଜ): ଦେବସ୍ନାନ ପୂର୍ଣ୍ଣମୀ ଯଥେଷ୍ଟ ପୂର୍ବରୁ ଆଜି ତିନି ରଥର ଚାରି ନାହାକା ଉଠିଛି। ରଥ ନିର୍ମାଣର ୩୭ତମ ଦିନରେ ତିନି ରଥରେ ଚାରି ନାହାକା ଉଠିଛି। ତିନିରଥର ପାଞ୍ଚ ଦଣ୍ଡା ଫ୍ରେମ୍‌ରେ କଣ୍ଟା ବାଡ଼ିଆ ସହ ଆଗଆଣି ଏବଂ ପଛଆଣି ମୁହାଁଟରେ ଗୁଜ, ଜଳଯନ୍ତ୍ର ଉଠି ତା ଉପରେ ଆଗ ,ପଛ ନିରାଡ଼ି ସଂଯୋଗ ହୋଇ ତିନିରଥରେ ଦୁଇଟି ଲେଖାଁଏ ଗରଗରା ଉଠିଥିଲା।

ପରେ ଗରଗରାରେ କଣ୍ଟା ବାଡ଼ିଆ ହୋଇ ଆଜି ଚାରି ନାହାକା ଉଠିଛି। ତିନିରଥର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ବଡ଼ ପୋଲ ଗୟଳ ମୋଡାଯାଇଥିଲା । ଏହି ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ତିନି ରଥର ଉଭୟ ପାର୍ଶ୍ୱ ଛଡେଇ ଦଣ୍ଡାରେ ୪/୩ ସାଇଜ୍‌ର ୭ଟି ଖମ୍ବୀ ବା ଟାଣ ଓ ଦୁଇଟି ଅସୁଆରି ଉଠି ବଡ଼ ପୋଲ ଗୟଳ ସହ ସଂଯୋଗ କରାଯାଇଛି।

Leave A Reply

Your email address will not be published.