କୋରାପୁଟରେ ବାତ୍ୟାର ପ୍ରଭାବ: ୨୬ନଂ ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ

କୋରାପୁଟ(କେନ୍ଯୁଜ୍): କୋରାପୁଟରେ ବାତ୍ୟା ଗୁଲାବର ବିଶେଷ ପ୍ରଭାବ ପଡିିଛି । ୨୬ ନମ୍ବର ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡି ।

ଘଟଣାସ୍ଥଳରେ ଏନଡିଆରଏଫ୍‌ ଓ ଦମକଳ ବାହିନୀ ପହଞ୍ଚି ରାସ୍ତା ସଫା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅନ୍ୟପଟେ ଶୁଙ୍କି-ଅମ୍ଫାବାଲି ଛକ ନିକଟରେ ଥିବା ପାହାଡରୁ ମାଟି ଧସିବା ଆଶଙ୍କା କରି ୮ଟି ପରିବାର ସହ ଲ୍ୟାମ୍ପ ଗୃହକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବର୍ଷା ପ୍ରଭାବରେ ବନ୍ଧୁଗାଁରେ ଗୋଟିଏ ଘର ଭାଙ୍ଗିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.