ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ, ଜାଣନ୍ତୁ କେମିତି କରିବେ ଆବେଦନ

ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଗତକାଲିଠୁ ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି କମନ ଆପ୍ଲିକେସନ ଫର୍ମ । ଏଥର କିନ୍ତୁ ନୂଆ ତରିକାରେ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ଓ ମେନ୍ ପରୀକ୍ଷା ପାଇଁ ଫ୍ରି କୋଚିଂ ଦିଆଯିବ । ସର୍ଟ ଲିଷ୍ଟେଡ୍ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ସହ ଏକ ଘରୋଇ ଅନୁଷ୍ଠାନରେ କୋଚିଂ ପାଇଁ ବ୍ୟବସ୍ଥା ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଯେଉଁଥିରେ ୨୦୨୫-୨୬ ବର୍ଷ ପାଇଁ ଆସନ୍ତା ଜୁନ୍ ୮ ତାରିଖରେ ହେବ ପ୍ରବେଶିକା ପରୀକ୍ଷା ।
ଗତକାଲିଠୁ କମନ ଆପ୍ଲିକେସନ ଫର୍ମ ବା CAF ସାମସ୍ ୱେବସାଇଟରେ ଉପଲବ୍ଧ ହୋଇଛି । ଗ୍ରାଜୁଏସନ୍ ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ । ଆଶାୟୀ ଛାତ୍ରଛାତ୍ରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ । ପ୍ରବେଶିକା ପରୀକ୍ଷାରେ ମନୋନୀତ ପିଲାମାନଙ୍କୁ ଫ୍ରିରେ UPSC ପ୍ରିଲିମ୍ ଓ ମେନ୍ ପରିକ୍ଷାପାଇଁ ୧୧ ମାସ କୋଚିଂ ଦିଆଯିବ ।
ସମୟସୀମା ଯାଞ୍ଚ କରନ୍ତୁ:
୧୫.୦୪.୨୦୨୫ (ସନ୍ଧ୍ୟା ୪.୦୦ଟା) ରୁ SAMS ପୋର୍ଟାଲରେ ସାଧାରଣ ଆବେଦନ ଫର୍ମ (CAF) ଉପଲବ୍ଧତା ରହିଛି
ଅନଲାଇନ୍ CAF ଆବେଦନର ଶେଷ ତାରିଖ: ୦୯.୦୫.୨୦୨୫ ,ରାତି ୧୧.୪୫ ଯାଏ ରହିଛି
୦୩.୦୬.୨୦୨୫ SSB ୱେବସାଇଟରେ (www.ssbodisha.ac. in) ଆଡମିଟ କାର୍ଡ ଉପଲବ୍ଧ ହେବ
୧୪.୦୫.୨୦୨୫ ରେ ୟୁପିଏସସି ପ୍ରବେଶ ପରୀକ୍ଷା ପରିଚାଳନା ପାଇଁ OCAC ଦ୍ୱାରା SSBକୁ ଆବେଦନକାରୀଙ୍କ ତଥ୍ୟ ଦାଖଲ କରିବ
୦୮.୦୬.୨୦୨୫ ତାରିଖରେ ୟୁପିଏସସି ପ୍ରବେଶ ପରୀକ୍ଷା ହେବ
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ନୂଆକରି ଆଇଏଏସ୍ ପାଇଥିବା ଅଫିସର୍ ଏବଂ ବଚ୍ଛା ବଚ୍ଛା ପ୍ରଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦେବାପାଇଁ ଚିନ୍ତା କରାଯାଇଛି । ଆଶା କରାଯାଉଛି ଏଭଳି ପ୍ରଶିକ୍ଷଣ ଦ୍ବାରା ଓଡ଼ିଶାର ପିଲାମାନେ UPSC ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ।
ଆହୁରି ପଢ଼ନ୍ତୁ : ଖୁବ ଶୀଘ୍ର ପୂରଣ ହେବ ୧୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ : ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ