ପ୍ରକାଶ ପାଇଲା ଆଇଏଏସ୍‌ ରେଜଲ୍ଟ ୨୦୧୯: ଓଡିଶାର ଟପ୍ପର ଅଭିଷେକ ସରାଫ

ଭୁବନେଶ୍ବର : ପ୍ରକାଶ ପାଇଲା ୟୁନିଅନ ପବ୍ଲିକ ସର୍ଭିସ କମିଶନ, ଭାରତୀୟ ପ୍ରଶାସନିକ ସେବା- ଆଇଏଏସ୍‌ ରେଜଲ୍ଟ ୨୦୧୯। ପ୍ରଦୀପ ସିଂହ ହେଲେ IAS ଟପ୍ପର। ଯତୀନ କିଶୋର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପ୍ରତିଭା ବର୍ମାଙ୍କୁ ମିଳିଛି ତୃତୀୟ ସ୍ଥାନ । ଅଷ୍ଟମ ର‍୍ୟାଙ୍କରେ ଅଛନ୍ତି ଓଡ଼ିଶାର ଅଭିଷେକ ସରାଫ।

ସେହିପରି ଦଶମ ସ୍ଥାନରେ ଅଛନ୍ତି ଓଡ଼ିଶାର ସଂଜିତା ମହାପାତ୍ର। ଏହା ପୂର୍ବରୁ ୨୦୧୭ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସଞ୍ଜିତା। ସେହିପରି ଓଡ଼ିଶାର ଶୁଭମ ମିଶ୍ର ୮୫ତମ ସ୍ଥାନରେ ରହିଥିବା ବେଳେ ୧୨୦ତମ ସ୍ଥାନରେ ଅଛନ୍ତି ଅନୁପ ଦାସ । ୧୨୫ତମ ସ୍ଥାନରେ ନବଲ କୁମାର ଜୈନ, ୧୭୨ତମ ସ୍ଥାନରେ ମୟଙ୍କ ମିଶ୍ର, ୧୯୦ତମ ସ୍ଥାନରେ ଶୈଳଜା ଦାସ, ୨୦୨ତମ ସ୍ଥାନରେ ରାହୁଲ ମିଶ୍ର, ୨୨୫ତମ ସ୍ଥାନରେ ହେମା ନାୟକ, ୨୯୧ତମ ସ୍ଥାନରେ ଆଶିଷ ଦାସ, ୨୯୪ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର, ୩୦୦ତମ ସ୍ଥାନରେ ସାନାଲି ମିଶ୍ର, ୩୦୪ତମ ସ୍ଥାନରେ ବିଷ୍ଣୁ ଦାସ ଓ ୩୧୨ତମ ସ୍ଥାନରେ ଦିବ୍ୟା ମିଶ୍ର ରହିଛନ୍ତି।

୩୬୧ତମ ସ୍ଥାନରେ ଅର୍ଘ୍ୟ ପଟ୍ଟନାୟକ, ୩୭୯ତମ ସ୍ଥାନରେ ଜୁବୀନ ମହାପାତ୍ର ଓ ୪୪୧ତମ ସ୍ଥାନରେ ରହିଛନ୍ତି ସମୀର କୁମାର ଜେନା। ସେହିପରି ୬୫୧ତମ ସ୍ଥାନରେ ଅଙ୍କିତ ମିଶ୍ର, ୭୧୨ତମ ସ୍ଥାନରେ ଶିଭମ୍‌ ମିଶ୍ର, ୭୧୫ତମ ସ୍ଥାନରେ ଓମ୍‌ ପ୍ରସାଦ ମହାନ୍ତି, ୮୧୯ତମ ସ୍ଥାନରେ ବିଭୂତି ନାୟକ ରହିଛନ୍ତି।

Leave A Reply

Your email address will not be published.