ଏବେ ନିଜ ଭାଷାରେ ପରୀକ୍ଷା ଦେଇପାରିବେ ଉର୍ଦ୍ଦୁ ସିଟି ଛାତ୍ରଛାତ୍ରୀ

କେନ୍ୟୁଜ : ଉର୍ଦ୍ଦୁ ସିଟି ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାରେ ପରୀକ୍ଷା ଦେବା ନେଇ ଥିବା ସମସ୍ୟା ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଉଦ୍ୟମରେ ସମାଧାନ ହୋଇଛି । ଏଥିପାଇଁ ଶତାଧିକ ଉର୍ଦ୍ଦୁ ଛାତ୍ରଛାତ୍ରୀ ବିଧାୟକ ସଞ୍ଜୀବଙ୍କ ବାସଭବନକୁ ଯାଇ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ବିଧାୟକଙ୍କ ବାସଭବନରେ ସମ୍ବର୍ଦ୍ଧନ ସଭା ଶିକ୍ଷକ ନେତା ତବରେଜ ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନାରୀନେତ୍ରୀ ତାହେର ଖାତୁନଙ୍କ ସମେତ ବହୁ ଉର୍ଦ୍ଦୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଭଦ୍ରକ ସହରରେ ଥିବା ଉର୍ଦ୍ଦୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ବିଧାୟକ ସଂଜୀବ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.